Below header

ଭ୍ୟାନ୍‌କୁ ମୁହାଁମୁହିଁ ପିଟିଲା କାର୍‌, ବାହାଘରରୁ ଫେରୁଥିବା ୧୨ ଜଣଙ୍କ ମୃତ୍ୟୁ

ଉଜ୍ଜୟିନୀ : ମଧ୍ୟପ୍ରଦେଶ ଉଜ୍ଜୟିନୀ-ଉନ୍ମେଲ ରାସ୍ତାର ରାମଗଡ଼ ଫେଣ୍ଟ ନିକଟରେ ବଡ଼ ଦୁର୍ଘଟଣା । କାର୍‌ ଓ ଭ୍ୟାନ୍‌ ମଧ୍ୟରେ ଧକ୍କା ଫଳରେ ତିନି ଜଣ ପିଲାଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ । ଏଥିରେ ଗୋଟିଏ ପରିବାରର ୫ ଜଣ ଅଛନ୍ତି । ଗତକାଲି ରାତି ପ୍ରାୟ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ସମସ୍ତେ ଉଜ୍ଜୟିନୀର । ସେମାନେ ଏକ ବାହାଘରରେ ଯୋଗ ଦେଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ବିଜେପି ନେତା ଅର୍ଜୁନ କାୟତଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.