Below header

ସି-ସୋର ଚିଟଫଣ୍ଡ ଠକେଇ ମାମଲା, ବିଧାୟକ ଅରୁଣ ଓ ଅତନୁଙ୍କୁ CBI ନୋଟିସ

ଭୁବନେଶ୍ବର : ପୁଣି ଚିଟଫଣ୍ଡ ସ୍କାମ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଛି ସିବିଆଇ। ରାଜନେତାଙ୍କୁ ନୋଟିସ୍‌। ସିସୋର ଚିଟଫଣ୍ଡ ସଂସ୍ଥା ସହ ଲିଙ୍କ୍‌ ମାମାଲରେ ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ନୋଟିସ୍‌ ଜାରି କରିଛି ସିବିଆଇ। ସିସୋର ସହ ସଂପୃକ୍ତି ନେଇ ଦୁଇ ରାଜନେତାଙ୍କୁ ପଚରାଉଚରା କରାଯିବ। ପୂର୍ବରୁ ଚିଟଫଣ୍ଡ ସ୍କାମ ମାମଲାରେ ଗିରଫ ହୋଇଥିଲେ ବିଧାୟକ ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ, ସାଂସଦ ରାମଚନ୍ଦ୍ର ହାଁସଦା। ସେହିପରି ଆଉ କିଛି ନେତାଙ୍କୁ ବି ସିବିଆଇ ପଚରାଉଚରା କରିଥିଲା । ଏବେ ଅରୁଣ ଓ ଅତନୁଙ୍କୁ ସିବିଆଇ ନୋଟିସ୍‌ ଜାରି ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗତ କିଛି ମାସ ହେବ ରାଜ୍ୟରେ ଚିଟଫଣ୍ଡ ତଦନ୍ତ ପ୍ରକ୍ରିୟା ଶିଥିଳ ପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.