କାଳିଆ ଯୋଜନା ପାଇଁ ବଢିଲା ବଜେଟ୍ ,ଜାଣନ୍ତୁ କେତେ ଥିଲା କେତେ ହେଲା

ଭୁବନେଶ୍ବର : କାଳିଆ ଯୋଜନା ପାଇଁ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଚଳିତବର୍ଷ ଯୋଜନାର ଅର୍ଥରାଶିକୁ ୧୬୩୩ କୋଟି ଟଙ୍କା କରାଯାଇଛି । ଏହା ସହ ଭୂମିହୀନ କୃଷକଙ୍କ ସଂଖ୍ୟା ବୃଦ୍ଧି ପାଇଁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ପୂର୍ବରୁ ଏହି ସଂଖ୍ୟା ୧ ଲକ୍ଷ ରହିଥିବା ବେଳେ ବର୍ତ୍ତମାନ ଏଥିରେ ୫ଲକ୍ଷ ହିତାଧୀକାରୀଙ୍କୁ ଉପକୃତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଜୀବିକା ଓ ଆୟବୃଦ୍ଧି ପାଇଁ କୃଷକଙ୍କୁ ସହାୟତା ଯୋଜନା କାଳିଆରେ ଭୂମିହୀନ ଗରିବ ପରିବାରକୁ ସହାୟତାକୁ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.