Below header

ପବଜୀ ପାଇଁ ଗଲା ଜୀବନ, କେନାଲକୁ ଡେଇଁ 13 ବର୍ଷୀୟ ବାଳକର ଆତ୍ମହତ୍ୟା

ପବ୍‌ଜୀ ଖେଳିବା ପାଇଁ ମନା କରାଯିବାରୁ ଜଣେ 13 ବର୍ଷୀୟ ବାଳକ ଆତ୍ମହତ୍ୟା କରିଛନ୍ତି । ଏହି ବାଳକ ଜଣକ ଭାକ୍ରା କେନାଲକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଲକ୍‌ଡାଉନ୍‌ ସମୟରେ ଅନ୍‌ଲାଇନ୍‌ରେ ପବ୍‌ଜୀ ଖେଳୁଥିବାରୁ ପରିବାର ଲୋକଙ୍କ ପକ୍ଷରୁ ଗାଳି ଦିଆଯାଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ବାଳକ ଜଣକ ଆତ୍ମହତ୍ୟାର ରାସ୍ତା ଆପଣେଇ ନେଇଥିଲେ । ଗତ 20 ତାରିଖରୁ ବାଳକ ଜଣକ ନିଖୋଜ ଥିଲେ । ଚଣ୍ଡୀଗଡ ପଟିଆଲାରୁ ନିଖୋଜ ଥିବା ବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.