Below header

ଗୋଟେ ଫୋନ କଲ ଆଉ ଆପଣଙ୍କ ଆକାଉଣ୍ଟ ହୋଇଯିବ ଖାଲି! ଗ୍ରାହକଙ୍କୁ ଆଲର୍ଟ କଲା SBI

କରୋନା ଭାଇରସ ଯୋଗୁ ଲାଗୁ ହୋଇଥିବା ଲକଡାଉନ ଯୋଗୁ ଲୋକମାନେ ଘରେ ବସି ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ମଧ୍ୟ କରୁଛନ୍ତି। ଅନ୍ୟପଟେ ଏହି ଲକଡାଉନ ଭିତରେ ଫେକ କଲ ଓ ମେସେଜ ସଂଖ୍ୟା ମଧ୍ୟ ଅଧିକ ବଢ଼ିଯାଇଛି। ତେବେ ଏସବୁକୁ ଦୃଷ୍ଟିରେ ରଖି ଷ୍ଟେଟ ବ୍ୟାଙ୍କ ମଧ୍ୟ ନିଜ ଗ୍ରାହକଙ୍କୁ ଚେତାବନୀ ଦେଇଛି।

SBI wants to scrap debit cards, promote digital payments through ...

SBI ର ସୂଚନା ମୁତାବକ ସାଇବର କ୍ରାଇମ କରୁଥିବା ଅପରାଧୀ ଲୋକଙ୍କୁ ଲୋଭନୀୟ ଅଫର ଦେଇ ସେମାନଙ୍କ ବ୍ୟାଙ୍କ ଖାତା ଖାଲି କରୁଥିବା ଅଭିଯୋଗ ଆସୁଛି। ଏଣୁ SBI ଗ୍ରାହକଙ୍କୁ ମେସେଜ ମାଧ୍ୟମରେ ସେସବୁ ନକଲି ମେସେଜ ଆସୁଥିବା ନମ୍ବର ପଠାଇଛି। SBI କହିଛି ଯେ ଆପଣଙ୍କୁ ଯଦି ଆରମ୍ଭରେ ୧୮୦୦ କିମ୍ବା ୧୮୬୦ ନମ୍ବରରୁ କଲ ଆସୁଛି ତେବେ ସେମାନଙ୍କ ସହ କ୍ରେଡିଟ କାର୍ଡ ସମ୍ବନ୍ଧୀୟ ତଥ୍ୟ ସେୟାର କରନ୍ତୁ ନାହିଁ।

New SBI service charges to roll-out from October 1- The New Indian ...

SBI ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ କହିଛି ଯେ କରୋନା ଭାଇରସ ସମ୍ବନ୍ଧୀୟ ଇ-ମେଲ କିମ୍ବା ସୋସିଆଲ ମିଡିଆରେ ପୋଷ୍ଟର ଜବାବ ଦେବା ପୂର୍ବରୁ ପ୍ରଥମେ ଯାଞ୍ଚ କରନ୍ତୁ ଯେ ତାହା ସତ ନା ମିଛ। ଏହା ବ୍ୟତୀତ ନିଜ ବ୍ୟକ୍ତିଗତ ଡାଟା କାହା ସହ ସେୟାର କରିବାକୁ ମନା କରିଛି ଏସବିଆଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.