Below header

ପୁଣି ଏକ ପାସେଞ୍ଜର ଟ୍ରେନ ଦୁର୍ଘଟଣାଗ୍ରସ୍ତ: ୧୫ ଜଣଙ୍କର ମୃତ୍ୟୁ, ସଂଖ୍ୟା ବଢିପାରେ

ବାଂଲାଦେଶ  କିଶୋର ଗଞ୍ଜରେ ଏକ ଯାତ୍ରୀବାହୀ ଟ୍ରେନ୍ ଧକ୍କା ହେବା ଫଳରେ ଅତି କମରେ ୧୫  ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ରାଜଧାନୀ  ଢାକା ଠାରୁ ୮୦ କିଲୋମିଟର ଦୂରରେ ଥିବା ଭୈରବରେ ଏକ ଯାତ୍ରୀବାହୀ ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି।  

କେନ୍ୟୁଜ୍(ବ୍ୟୁରୋ):  ପୁଣି ଏକ ପାସେଞ୍ଜର ଟ୍ରେନ ଦୁର୍ଘଟଣାଗ୍ରସ୍ତ।  ବାଂଲାଦେଶରେ ଏହି ରେଳ ଦୁର୍ଘଟଣା ଘଟିଛି । ଦୁଇଟି ଟ୍ରେନ ମୁହାଁମୁହିଁ ଧକ୍କା ହେବା ଫଳରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାଂଲାଦେଶ  କିଶୋର ଗଞ୍ଜରେ ଏକ ଯାତ୍ରୀବାହୀ ଟ୍ରେନ୍ ଧକ୍କା ହେବା ଫଳରେ ଅତି କମରେ ୧୫  ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ରାଜଧାନୀ  ଢାକା ଠାରୁ ୮୦ କିଲୋମିଟର ଦୂରରେ ଥିବା ଭୈରବରେ ଏକ ଯାତ୍ରୀବାହୀ ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି।

 ଢାକା  ଅଭିମୁଖେ ଗୋଦୁଲି ଏକ୍ସପ୍ରେସ ଚାଟୋଗ୍ରାମ୍ ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଦେଶର ଅନ୍ୟାନ୍ୟ ସ୍ଥାନକୁ ଟ୍ରେନ୍ ସେବା ସ୍ଥଗିତ ରହିଥିଲା। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହେବାର ଆଶଙ୍କା ରହିଛି ବୋଲି ସ୍ଥାନୀୟ ଗଣମାଧ୍ୟମ ସୂଚନା ମିଳିଛି। ଭୈରବରେ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଆମେ ୧୫ ଟି ମୃତଦେହ ଉଦ୍ଧାର କରିଛୁ, ଅନେକ ଆହତ ହୋଇଛନ୍ତି।

ମୃତକଙ୍କ ସଂଖ୍ୟା  ବଢିପାରେ ବୋଲି ଉଦ୍ଧାରକାରୀମାନେ ସୂଚନା ଦେଇଛନ୍ତି। ସେମାନେ  କହିଛନ୍ତି ଯେ ମୃତଦେହକୁ ଭାଙ୍ଗି ପଡ଼ିଥିବା କୋଚ ତଳେ ଚାପି ହୋଇ ରହିଥିବାର ଦେଖିଛନ୍ତି ଯାହାକୁ ଉଦ୍ଧାର କରଯାଇନାହିଁ। ଅନେକ ଆହତ କ୍ଷତିଗ୍ରସ୍ତ କୋଚ୍ ତଳେ ପଡ଼ିଥିବାର ରିପୋର୍ଟରେ ଦର୍ଶାଯାଇଛି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସ୍ଥାନୀୟ ପୋଲିସ ଅଧିକାରୀ ସିରାଜୁଲ ଇସଲାମ କହିଛନ୍ତି। ଆହତଙ୍କ ସଂଖ୍ୟା ବି ବଢିପାରେ ବୋଲି ଭୈରବର ଫାୟାର ଷ୍ଟେସନ ଅଧିକାରୀ ମୋଶରଫ ହୋସେନ ଗଣମାଧ୍ୟମକୁ କହିଛନ୍ତି।  ସେ କହିଛନ୍ତି ଉଦ୍ଧାରକାରୀ ଏବଂ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.