ସମୁଦ୍ରକୂଳରୁ ମିଳିଲା ୧୭୦୦ ବର୍ଷ ପୁରୁଣା ରହସ୍ୟମୟ କୋଠା, ବୈଜ୍ଞାନିକ ମଧ୍ୟ ଆଶ୍ଚର୍ଯ୍ୟ

ଦୁନିଆରେ ଆଜି ବି ଏଭଳି କିଛି ରହସ୍ୟମୟୀ ଜିନିଷ ରହିଛି ଯାହା ବିଷୟରେ ଏପର୍ଯ୍ୟନ୍ତ କେହି କିଛିବି ଜାଣି ନାହାନ୍ତି । ସମୟ ସମୟରେ କେବଳ ଖନନ ଦ୍ୱାର ଏହାକୁ ପ୍ରତ୍ନତତ୍ତ୍ୱବିତମାନେ ଆବିଷ୍କାର କରିଥାନ୍ତି । ଯାହାକୁ ଦେଖିବା ପରେ ସାରା ଦୁନିଆ ଚକିତ ହୋଇ ରହିଯାଏ। ଏପରି ଏକ ରହସ୍ୟମୟ କୋଠାଘର ରୁଷର ଡର୍ବେଟ ସହର ନିକଟସ୍ଥ କାସ୍ପିୟନ ସମୁଦ୍ର କୂଳରୁ ଆବିଷ୍କାର କରାଯାଇଛି। ଯାହା ବିଷୟରେ ଭୂ-ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି।

ଏହି ରହସ୍ୟମୟ କୋଠାଘରଟି ମଧ୍ୟଯୁଗୀୟ ଦୁର୍ଗର ନାରାୟଣ କଳା ସ୍ଥିତ ଉତ୍ତର ପଶ୍ଚିମ କ୍ଷେତ୍ରରେ ଅବସ୍ଥିତ। ଏହି କୋଠାଘରଟି ପାଖାପାଖି ୧୭୦୦ ବର୍ଷ ପୁରୁଣା ଅଟେ ଯାହାକି ସମ୍ପୂର୍ଣ ଭାବେ ଭୂମିଗତ ଏବଂ ଏହା ସ୍ଥାନୀୟ ଶିଳା ଓ ଚୂନ ପଥରରେ ନିର୍ମିତ ହୋଇଛି।  ଏହି ଘଟଣାରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଭୂ-ବୈଜ୍ଞାନିକମାନେ ଭୂସ୍ଖଳନ କରିନାହାନ୍ତି କାରଣ ଏହା ନାରାୟଣ କଳା ଦୁର୍ଗକୁ କ୍ଷତି ପହଞ୍ଚାଇପାରେ।

ଭୂ-ବୈଜ୍ଞାନିକମାନେ ମ୍ୟୁଓନ ରେଡିଓଗ୍ରାଫି ସାହାଯ୍ୟରେ ଏହି ରହସ୍ୟମୟ କୋଠାଘରକୁ ସ୍କାନ କରି ତଥ୍ୟ ଯୋଗାଡ଼ କରୁଛନ୍ତି। ଏହି କାମରେ ସ୍କୋବେଲସିନ ଇନଷ୍ଟିଚୁଟ ଅଫ ନିଉକ୍ଲିଅର ଫିଜିକ୍ସ, ଲୋମୋନୋସୋବ ମାସ୍କୋ ଷ୍ଟେଟ ୟୁନିଭର୍ସିଟି ଏବଂ ଡାଗେସ୍ଟେନ ଷ୍ଟେଟ ୟୁନିଭର୍ସିଟିର ଗବେଷକ ମାନେ ଲାଗିଛନ୍ତି।

ଗବେଷକଙ୍କ ଅନୁଯାୟୀ ଏହି କୋଠାଘରଟି ଏକ ଛକି ଭଳି ଦେଖାଯାଏ ଏବଂ ଏହା ୩୬ ଫୁଟ ଉଚ୍ଚା,୫୦ଫୁଟ ଲମ୍ବା ଏବଂ ୪୪ଫୁଟ ଚଉଡା ଅଟେ। ସେମାନଙ୍କ କହିବା ଅନୁଯାୟୀ ଏହା ବିଶ୍ଵର ସବୁଠୁ ପୁରୁଣା ଚର୍ଚ୍ଚମାନଙ୍କ ମଧ୍ୟରେ ଗୋଟିଏ କିନ୍ତୁ ଅନ୍ୟ ଲୋକମାନଙ୍କ କହିବା ଅନୁଯାୟୀ ଏହା ଏକ ଜଳାଶୟ କିମ୍ବା ଜୋରାଷ୍ଟ୍ରିୟାନ ଫାୟାର ମନ୍ଦିର ମଧ୍ୟ ହୋଇପାରେ।

ଏହାଏକ ଆୟତ୍ତାକାର କୋଠାଘର ଅଟେ। ଏହାର ନିର୍ମାଣ ଶୈଳୀକୁ ଦେଖିଲେ ଏହା ଏକ ପାଣିଟାଙ୍କି ଆକୃତିର ଦେଖାଯାଏ। ଏହି କୋଠାଘର ବିଷୟରେ ସମ୍ପୂର୍ଣ ତଥ୍ୟ ଏଯାଏଁ ମିଳି ପାରି ନାହିଁ ଏବଂ ଏହା ବିଷୟରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଭୂବିଜ୍ଞାନୀମାନେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.