ଟିମ୍‌ ଇଣ୍ଡିଆର କିଏ ହେବ ନୂଆ କୋଚ୍‌, କପିଳ ଦେବ କମିଟି ନେବ ନିଷ୍ପତ୍ତି

କପିଳ ଦେବଙ୍କ କମିଟି ଚୟନ କରିବ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ । ବିଶ୍ୱକପ୍‌ ପରେ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ସମେତ ବ୍ୟାଟିଂ (ସଞ୍ଜୟ ବାଙ୍ଗର) ଓ ବୋଲିଂ କୋଚ୍‌ (ଭରତ ଅରୁଣ)ଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ତେଣୁ ସବୁ ପଦବି ପାଇଁ ବିସିସିଆଇ ଆବେଦନ କରିବାକୁ କହିଛି । ଆବେଦନ ପରେ କପିଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମୁଖ୍ୟ କୋଚ୍‌ ଚୟନ କରିବ । ଏହି ତିନି ଜଣିଆ କମିଟିରେ ପୂର୍ବତନ ଅଧିନାୟକ କପିଳ ଦେବଙ୍କ ସମେତ ପୂର୍ବତନ ଖେଳାଳି ଅଂଶୁମାନ ଗାଏକ୍ୱାର୍ଡ ଏବଂ ମହିଳା ଦଳର ପୂର୍ବତନ ଅଧିନାୟିକା ଶାନ୍ତା ରଙ୍ଗସ୍ୱାମୀ ରହିଛନ୍ତି । ତବେ କପିଳ କମିଟିର ପ୍ରସ୍ତାବ ପରେ ଏହା ଉପରେ ପ୍ରଶାସକ କମିଟି ମୋହର ମାରିବ । ତା ପରେ ଯାଇ ନୂଆ କୋଚ୍‌ଙ୍କ ନାମ ଘୋଷଣା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.