Below header

ଶ୍ରାବଣ ମାସରେ ମହିଳା ଏହି କାରଣରୁ ପିନ୍ଧନ୍ତି ସବୁଜ ରଙ୍ଗର ଚୁଡ଼ି, ଜାଣନ୍ତୁ ଭାଗ୍ୟକୁ କିପରି ବଦଳାଇ ଦିଅନ୍ତି

ଭଗବାନ ଶିବଙ୍କ ଆରାଧନା ପାଇଁ ଶ୍ରାବଣ ମାସକୁ ପବିତ୍ର ବୋଲି ବିଶ୍ବାସ କରାଯାଏ। ଶିବ ଭକ୍ତଙ୍କ ପାଇଁ ଏହି ମାସ ବହୁତ ଖାସ୍ ହୋଇଥାଏ। ଏହି ଦିନେ ସବୁଆଡ଼େ ସବୁଜିମା ଛାଇ ଯାଇଥାଏ। ମହିଳାମାନେ ସବୁଜ ରଙ୍ଗର ଚୁଡ଼ି ଏବଂ ଶାଢ଼ି ପିନ୍ଧନ୍ତି। କିନ୍ତୁ ଆପଣ ଏହା ଜାଣିଛନ୍ତି କି ଶ୍ରାବଣ ମାସରେ ସବୁଜ ରଙ୍ଗର ଚୁଡ଼ି ପିନ୍ଧିବା ପଛରେ କ’ଣ ରହିଛି ରହସ୍ୟ? ଆସନ୍ତୁ ଜାଣିବା ଏ ବିଷୟରେ କେତେକ ମହତ୍ତ୍ବପୂର୍ଣ୍ଣ କଥା।

saree saree

ବୈବାହିକ ଜୀବନରେ ଖୁସିର ମାହୋଲ
ଯେପରି ନାଲି ରଙ୍ଗ ପ୍ରତ୍ୟେକ ବିବାହିତା ମହିଳାଙ୍କ ପାଇଁ ଖୁସି ଏବଂ ସୌଭାଗ୍ୟର ପ୍ରତୀକ, ଠିକ୍ ସେହିଭଳି ସବୁଜ ରଙ୍ଗ ମଧ୍ୟ ସେମାନଙ୍କ ଜୀବନରେ ବହୁତ ଗୁରୁତ୍ବ ବହନ କରେ। ଶ୍ରାବଣରେ ମହିଳାମାନେ ଏହି ରଙ୍ଗର ଚୁଡ଼ି ଏଥିପାଇଁ ପିନ୍ଧନ୍ତି, ଯେପରି ତାଙ୍କୁ ଭଗବାନ ଶିବଙ୍କ ଆଶୀର୍ବାଦ ସହ ସ୍ବାମୀଙ୍କୁ ଲମ୍ବା ଆୟୂଷ ମିଳିପାରିବ।

ଏହାସହ ପଢ଼ନ୍ତୁ: ୮୦ ଡିଗ୍ରୀ ସେଣ୍ଟିଗ୍ରେଡରେ କଦଳୀ ପତ୍ର ସହ ସିଝାନ୍ତୁ ଡାଲି, ଆପଣ ରହିବେ ସୁସ୍ଥ ଓ ନିରୋଗ

ଧର୍ମ ପୁରାଣରେ ସବୁଜ ରଙ୍ଗକୁ ବୁଧ ଗ୍ରହର ପ୍ରତୀକ ବୋଲି ଧରାଯାଏ। କୁହାଯାଏ କି ଏହି ରଙ୍ଗ ଧାରଣା କରିବା ଦ୍ବାରା ବୁଧ ମଜଭୁତ ହୋଇଥାଏ ଏବଂ ସନ୍ତାନ ସୁଖ ବି ପ୍ରାପ୍ତି ହୋଇଥାଏ। ଏହାବ୍ୟତୀତ ବୁଦ୍ଧି ଏବଂ ସମୃଦ୍ଧି ମଧ୍ୟ ପ୍ରାପ୍ତି ହୁଏ।

chudiya chudiya

କ୍ୟାରିୟର ପାଇଁ ହୋଇଥାଏ ଶୁଭ
ବୁଧ ଗ୍ରହ କୌଣସି ବି ବ୍ୟକ୍ତିଙ୍କ କ୍ୟାରିୟର ଏବଂ ବ୍ୟବସାୟ ସହ ଜଡ଼ିତ ଥାଏ। ଏଥିପାଇଁ କାର୍ଯ୍ୟସ୍ଥଳରେ ସଫଳତା ପାଇଁ ଏହି ରଙ୍ଗକୁ ଶରୀରରେ ଧାରଣ କରାଯାଏ ବୋଲି ବିଶ୍ବାସ ରହିଛି।

shiva lord

ସୌଭାଗ୍ୟ ପାଇଁ
ଭଗବାନ ଶିବ ଜଣେ ଯୋଗୀ ଥିଲେ। ପ୍ରକୃତିର ସୁନ୍ଦରତା ଭିତରେ ଧ୍ୟାନରେ ବସିବାକୁ ସେ ଭଲ ପାଉଥିଲେ। ସବୁଜ ରଙ୍ଗ ଦେହରେ ପିନ୍ଧିବା ଦ୍ବାରା ମହାଦେବ ପ୍ରସନ୍ନ ହୋଇଥାଆନ୍ତି। ତେଣୁ ଶ୍ରାବଣ ମାସରେ ମହିଳାମାନେ କେବଳ ଗୋଟିଏ କାରଣ ନୁହେଁ, ବରଂ ବିଭିନ୍ନ କାରଣରୁ ପିନ୍ଧିଥାଆନ୍ତି ସବୁଜ ରଙ୍ଗର ଚୁଡ଼ି ଓ ଶାଢ଼ି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.