Below header

ଗଛ ଲଗାଇବା ପାଇଁ ଦିଆଯିବ ରାଷ୍ଟ୍ରୀୟ ଛୁଟି

‘ ମୋ ପାଖେ ଗୋଟିଏ ଆଇଡ଼ିଆ ଅଛି ‘ ଏହା ଆମେ କହୁନୁ ଏହା ତୁର୍କୀରେ ରହଥିବା ଜଣେ ବ୍ୟକ୍ତି ଟ୍ୱିଟର ଦ୍ୱାରା କହିଛନ୍ତି। ଏହି ପୋଷ୍ଟ ପାଇଁ ବର୍ତ୍ତମାନ ତାଙ୍କୁ ତୁର୍କୀର ହିରୋ ବନେଇ ଦିଆଯାଇଛି। ଏନ୍ସ ସାହିନ ନାମକ ଜଣେ ବ୍ୟକ୍ତିଙ୍କ ପୋଷ୍ଟ ଏତେ ମାତ୍ରାରେ ଭାଇରାଲ ହୋଇଛି ଯେ ଏହା ଉପରେ ୫୫ହଜାର ରୁ ମଧ୍ୟ ଅଧିକ କମେନ୍ଟ ଆସିଛି। ଏହାର ପ୍ରଭାବ ଏପରି ହୋଇଛି କି ସେଠାକାର ସରକାର ମଧ୍ୟ ଏହି ପୋଷ୍ଟ ଉପରେ ସକାରାତ୍ମକ ପ୍ରତିକ୍ରିୟା ରଖିଛନ୍ତି।

ସୂଚନା ଅନୁଯାୟୀ ଏନ୍ସ ସାହିନ ନିଜ ପୋଷ୍ଟରେ ଏପରି ଲେଖିଥିଲେ କି “ମୋ ପାଖେ ଗୋଟେ ଆଇଡ଼ିଆ ଅଛି , ଆମେ ରାଷ୍ଟ୍ରୀୟ ବୃକ୍ଷାରୋପଣ ଦିବସର ଘୋଷଣା କାହିଁକି କରୁନେ ? ପ୍ରତିବର୍ଷ ଆମେ ଗୋଟିଏ ଦିନର ଛୁଟି ନେବା ଏବଂ ଗଛ ଲଗାଇବା। ଆମେ ଦୁନିଆ ପାଇଁ ଏକ ଉଦାହରଣ ସାଜିବା ଏବଂ ଆସୁଥିବା ପିଢ଼ିକୁ ଏକ ସବୁଜ ପରିବେଶ ଉପହାରରେ ଦେବା।”

ସାହିନଙ୍କ ଏହି ପୋଷ୍ଟ ଉପରେ ତୁର୍କୀର ରାଷ୍ଟ୍ରପତି ନିଜର ଜବାବ ରଖିଥିଲେ ଏବଂ କହିଥିଲେ ” ଏନ୍ସ ଏହା ଏକ ମହାନ ଆଇଡ଼ିଆ ଅଟେ। ଆମେ ସବୁବେଳେ ଏକ ସବୁଜ ସୁନ୍ଦର ତୁର୍କୀ ପାଇଁ କାମ କରି ଆସୁଛେ ଏବଂ ଆଗକୁ ମଧ୍ୟ ଏପରି କରିବା। ମୋ ବନ୍ଧୁ ଏବଂ ମୁଁ ଏହି ଦାୟିତ୍ତ୍ୱ ନେଉଛୁ ଯେ ଆମର ମଧ୍ୟ ଏକ ରାଷ୍ଟ୍ରୀୟ ବୃକ୍ଷରୋପଣ ଦିବସ ହେବ। ”

ଏହାପରେ ସାହିନ ମଧ୍ୟ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇ ଲେଖିଥିଲେ “ରାଷ୍ଟ୍ରପତି ମହୋଦୟ ମୁ ବହୁତ ଖୁସି ଯେ ଆପଣ ମୋର ମତ ଉପରେ ନିଜର ଉତ୍ତର ରଖିଛନ୍ତି ଏବଂ ମୁଁ ଆପଣଙ୍କ ଠାରେ କୃତଜ୍ଞ ଯେ ଆପଣ ହଜାର ହାଜର ଯୁବକ ମାନଙ୍କର ସ୍ୱର ଅଟନ୍ତି।” ତୁର୍କୀରେ ବୃକ୍ଷରୋପଣ ପାଇଁ ରାଷ୍ଟ୍ରୀୟ ଛୁଟି ଘୋଷଣା ହେବା ପୂର୍ବରୁ ହିଁ ସାହିନଙ୍କ ଟ୍ୱିଟ ଉପରେ ହଜାର ହଜାର ଲୋକ ନିଜର ପ୍ରତିକ୍ରିୟା ରଖୁଛନ୍ତି। ଏବଂ ସେ ନିଜେ ମଧ୍ୟ ଗଛ ଲଗାଇବା ପାଇଁ ଆଗକୁ ଆସୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.