କୁଳଭୂଷଣଙ୍କ ଫଇସଲା, ଫାଶୀ ଉପରେ ରୋକ ଲଗାଇଲେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ୍

କୁଳଭୂଷଣ ମାମଲାରେ ଭାରତର ବଡ଼ ବିଜୟ। ଫାଶୀ ଦଣ୍ଡାଦେଶ ଉପରେ ଲାଗିଲା ରୋକ୍‌। ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ହେଗ୍‌ ସ୍ଥିତ ଇଣ୍ଟରନ୍ୟାସନାଲ୍‌ କୋର୍ଟ ଅଫ୍‌ ଜଷ୍ଟିସ ବା ICJ। ମିଳିତ ଜାତିସଂଘର ନ୍ୟାୟିକ ଅନୁଷ୍ଠାନ ହେଉଛି ଆଇସିଜେ। ମାମଲାର ଶୁଣାଣି କରି ICJ କହିଛନ୍ତି, କୁଳଭୂଷଣଙ୍କୁ ଫାଶୀ ଦେଇ ପାରିବନି ପାକିସ୍ତାନ। ୧୫-୧ରେ ଭାରତ ସପକ୍ଷରେ ରାୟ ଆସିଛି। ଫାଶୀ ଦଣ୍ଡ ଉପରେ ପୁନର୍ବିଚାର କରିବା ପାଇଁ ପାକିସ୍ତାନକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାରେ ଭାରତ ଆଇନଗତ ଲଢେଇ କରିପାରିବ। ଭିଏନା ଚୁକ୍ତିନାମାକୁ ପାକିସ୍ତାନ ଉଲ୍ଲଘଂନ କରିଛି। ଦୂତାବାସ ସହ କୁଳଭୂଷଣ ଯୋଗାଯୋଗ କରିପାରିବେ ବୋଲି ICJ ତାଙ୍କ ରାୟରେ କହିଛନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.