ବହୁ ଚର୍ଚ୍ଚିତ ଖଲ୍ଲିକୋଟ କଲେଜ ଛାତ୍ରୀ ତୃପ୍ତିମୟୀ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଚିଙ୍କରାକୁ ଆନ୍ଧ୍ରପ୍ରଦେଶରୁ ଗିରଫ

ଗଞ୍ଜାମ(କେନ୍ୟୁଜ୍):ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଛାତ୍ରୀ ତୃପ୍ତିମୟୀ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ମିଳିଛି ସଫଳତା। ୨୦୧୬ରୁ ଏହି ମାମଲାରେ ସମ୍ପୃକ୍ତ ଥିବା ଚିଙ୍କରା ବେହେରାଙ୍କୁ ଗିରଫ କରିଛି ପୋଲିସ। ଦୀର୍ଘ ଦିନ ହେଲା ଆନ୍ଧ୍ରପ୍ରଦେଶର ବାରୁଆ ପୋଲିସ ଚିଙ୍କରା କୁ ଖୋଜୁଥିଲା । ଚିଙ୍କାରା ଛତ୍ରପୁର ଆସିଥିବା ଖବର ପାଇ ଛତ୍ରପୁର ପୋଲିସ ତାକୁ କାବୁ କରିଥିଲା। ତୃପ୍ତିମୟୀ ଖଲ୍ଲିକୋଟ କଲେଜରେ ଏମସିଏ ପ୍ରଥମ ବର୍ଷ ଛାତ୍ରୀ ଥିଲେ । ସେ ସହରର ଅନନ୍ତ ନଗରସ୍ଥିତ ଏକ ମହିଳା ହଷ୍ଟେଲରେ ରହୁଥିଲେ।୨୦୧୬ ଅଗଷ୍ଟ ୨୫ ତାରିଖରେ ସେ ହଷ୍ଟେଲରୁ ନିଖୋଜ ହେବା ପରେ ପରିବାର ଲୋକେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ଦେଇଥିଲେ।

ଆହୁରି ପଢନ୍ତୁ : ବୃକ୍ଷପ୍ରେମୀ ଶିକ୍ଷକଙ୍କ ନିଆରା ଉଦ୍ୟମ, ଲୋକଙ୍କୁ ବାଣ୍ଟିଲେ ଦୁଇଶହ ଚାରା ଗଛ

ସେହି ସମୟରେ ଆନ୍ଧ୍ରପ୍ରଦେଶର ବାରୁଆ ପୋଲିସକୁ ଦେଶୀରାମଚନ୍ଦ୍ରପୁର ଗ୍ରାମ ପାର୍ଶ୍ଵ ରାସ୍ତା ରେ ଏକ ଯୁବତୀର ରକ୍ତାକ୍ତ ଶବ ମିଳିଥିଲା। ତାଙ୍କ ପରିଚୟ ପତ୍ର ଓ ଏକ ଇଂରାଜୀ ଖବର କାଗଜରୁ ସେ ଓଡିଶାର ହୋଇପାରନ୍ତି ବୋଲି ସନ୍ଦେହ କରି  ଆନ୍ଧ୍ରପୋଲିସ ଗଞ୍ଜାମ ସୀମାନ୍ତ ପୋଲିସ ସହ  ସମ୍ପର୍କ କରିଥିଲା।  ପରେ ପରିବାରର ଲୋକଙ୍କୁ ଏବିଷୟରେ ଖବର ଦେବାରୁ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶବକୁ ପରିବାର ଲୋକ ଦେଖିବା ପରେ ଏହା ତାଙ୍କ ଝିଅର ବୋଲି ଜାଣି ପାରିଥିଲେ। ପରେ ପୋଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଶବ ବ୍ୟବଚ୍ଛେଦରୁ ଜଣାପଡିଥିଲା ଯେ ଯୁବତୀଙ୍କୁ ଛୁରା ସାହାଯ୍ୟରେ ଆକ୍ରମଣ କରାଯିବା ସହ ମୁହଁକୁ ପଥରରେ ଛେଚା ହତ୍ୟା କରାଯାଇଛି। ଏହି ମାମଲାରେ ବାରୁଆ ପୋଲିସ ତଦନ୍ତ ବେଳେ ଚିଙ୍କରା ଏହି ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ବୋଲି ଜାଣିବାକୁ ପାଇଥିଲେ। ଏବେ ପୋଲିସ ଚିଙ୍କରାକୁ କାବୁ କରି ବାରୁଆ ପୋଲିସକୁ ହସ୍ତାନ୍ତର କରିଛ ।

ଆହୁରି ପଢନ୍ତୁ :  ମିଳିଲା ବିଶ୍ଵର ସବୁଠାରୁ ପୁରୁଣା ମାନବ ଜିବାଶ୍ମ, କେତେ ବର୍ଷ ତଳର ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆନ୍ଧ୍ରପ୍ରଦେଶର ପୋଲିସ ଏହି ଘଟଣାରେ ଚିଙ୍କରା ର ଭୂମିକା କଣ ଓ କେମିତି ତୃପ୍ତିମୟୀ ଙ୍କୁ ହତ୍ୟା କରାଯାଇଥିଲା ତାହାର ରହସ୍ୟ ଉନ୍ମୋଚନ କରିବ  । ଏହା ସହ ଗିରଫ ଚିଙ୍କରାକୁ ଆନ୍ଧ୍ର ପୋଲିସ କୋର୍ଟ ଚାଲାଣ କରି ଅଧିକ ଦଦନ୍ତ ଜାରି ରଖିଛି  । ସେପଟେ ଏହି ହତ୍ୟାକାଣ୍ଡ ଘଟଣାକୁ ନେଇ ଗଞ୍ଜାମ ପୋଲିସ ଆନ୍ଧ୍ରପ୍ରଦେଶ ପୋଲିସକୁ ସହଯୋଗ କରିଆସୁଥିବା କହିଛନ୍ତି ଗଞ୍ଜାମ ଏସପି ବ୍ରିଜେସ ରାଏ  । ଏହା ସହ ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତି ରହିଛି ସେ ନେଇ ପୋଲିସ ତଦନ୍ତ କରୁଥିବାର  ଏସପି  ସୂଚନା ଦେଇଛନ୍ତି  ।

You might also like