ନାଚୁ ନାଚୁ ଟଳିପଡିଲେ ୧୯ ବର୍ଷୀୟ ଯୁବକ, ହାର୍ଟଆଟାକରେ ଚାଲିଗଲା ଜୀବନ

ମୃତ୍ୟୁର କିଛି ଭରସା ନାହିଁ । ବାହାଘର ଖୁସିରେ ସବୁ ନାଚୁଥିବା ବେଳେ ଚାଲିଗଲା ୧୯ ବର୍ଷୀୟ ଯୁବକଙ୍କ ଜୀବନ । ହାର୍ଟଆଟାକରେ ହେଲା ମୃତ୍ୟୁ ।

ମୃତ୍ୟୁ କେତେବେଳେ ଆଉ କେହି ରୂପରେ ଆସେ ତା’ର କୌଣସି ଭରସା ନାହିଁ । ଗୀତ ଗାଉଥିବା ବେଳେ ନାଚୁଥିବା ବେଳେ କି ଖେଳୁଥିବା ବେଳେ ଚାଲିଯାଉଛି ଜୀବନ । ଆଉ ଭାରତରେ କରୋନା ପରେ ହାର୍ଟଆଟାକ ଜନିତ ମୃତ୍ୟୁ ବଢିବାରେ ଲାଗିଛି । ହାର୍ଟଆଟାକରେ ଚାଲିଯାଉଛି ଯୁବପିଢିଙ୍କ ଜୀବନ । ତେବେ ଏଭଳି ଏକ ଘଟଣା ପୁଣି ଦେଖିବାକୁ ମିଳିଛି ତେଲେଙ୍ଗାନାରେ। ସମ୍ପର୍କୀୟ ବିବାହ ଉତ୍ସବରେ ନାଚୁଥିବା ବେଳେ ଟଳିପଡିଲେ ୧୯ ବର୍ଷୀୟ ଯୁବକ, ଆଉ ଚାଲିଗଲା ଜୀବନ। ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି।

ମୃତକ ହେଲେ ମହାରାଷ୍ଟ୍ରର ମୁତ୍ୟମ। ସେ ତାଙ୍କ ସମ୍ପର୍କୀୟଙ୍କ ବାହାଘର ତେଲେଙ୍ଗାନା ନିର୍ମଲ ଜିଲ୍ଲାର ପରଡ଼ି ଗ୍ରାମକୁ ଆସିଥିଲେ। ଶନିବାର ରାତିରେ ବିବାହ ଉତ୍ସବରେ ସମସ୍ତେ ନାଚୁଥିବା ବେଳେ ମୁତ୍ୟମ ମଧ୍ୟ ନାଚୁଥିଲେ । ହେଲେ ନାଚୁ ନାଚୁ ହଠାତ ଟଳିପଡିଲେ । ତେବେ ସେ ପଡ଼ିଯିବା ଦେଖି କେହି କିଛି ବୁଝି ପାରି ନଥିଲେ। କିଛି କ୍ଷଣପରେ ସେଠିକାର ଲୋକେ ତାଙ୍କୁ ଉଠାଇ ଡାକିଥିଲେ।

କିନ୍ତୁ ସେ ଆଦୌ କୌଣସି ପ୍ରତିକ୍ରୟା ଦେଇନଥିଲେ। ଏହାପରେ ସମସ୍ତେ ଚକିତ ହୋଇଯାଇଥିଲେ। ପରେ ତାଙ୍କୁ ହସପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ଏହି ଘଟଣାର ଭିଡିଓ ଏବେ ଇଣ୍ଟରନେଟରେ ଭାଇରଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ମୁତ୍ୟମ ଧଳା ସାର୍ଟ ପିନ୍ଧି ନାଚୁଥିବା ବେଳେ ହଠାତ୍‌ ତଳେ ପଡିଯାଇଛନ୍ତି । ଆଉ କିଛି ସମୟ ପାଇଁ ଟିକେ ଉଠିପଡିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଆଉ ଉଠିପାରୁନାହାନ୍ତି ।


ସୂଚନାଯୋଗ୍ୟ, ଚାରି ଦିନ ମଧ୍ୟରେ ତେଲେଙ୍ଗାନାରେ ଏହା ହେଉଛି ଦ୍ୱିତୀୟ ଘଟଣା। ଏହାପୂର୍ବରୁ, ଫେବୃଆରୀ ୨୨ରେ ହାଇଦ୍ରାବାଦର ଏକ ଜିମରେ କାର୍ଯ୍ୟ କରୁଥିବାବେଳେ ଜଣେ ୨୪ ବର୍ଷୀୟ ପୋଲିସ କନଷ୍ଟେବଳ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିଲେ। ସେହିପରି ଗୁଜରାଟରେ ଗତକାଲି ଜଣେ ଯୁବକ ଖେଳୁଥିବା ଥିବା ହାର୍ଟଆଟାକ ଯୋଗୁଁ ମୃତ୍ୟୁବରଣ କରିଥିଲେ ।

ଏହା ପୂର୍ବରୁ ମଧ୍ୟ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଜିମରେ ଓ୍ଵାର୍କ ଆଉଟ୍ କରିବା ସମୟରେ ଜଣେ ଡାକ୍ତରଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା, ଯାହା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ହାର୍ଟ ଆଟାକରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ମାନେ ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.