Below header

ଜଳିଗଲା ଆଇରନ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ଆଇରନ୍‌ ବୋଝେଇ ଟ୍ରକ୍‌ରେ ନିଅାଁ । ଗଞ୍ଜାମ ୧୬ ନମ୍ବର ଜାତୀୟ ରାଜପଥର ଶନି ମନ୍ଦର ଛକ ଠାରେ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଟ୍ରକ୍‌ ଡ୍ରାଇଭର ଓ ହେଲପର । କେନ୍ଦୁଝରରୁ ଗୋପାଳପୁରକୁ ଆଇରନ ପଥର ନେଇ ଯାଉଥିଲା ଟ୍ରକ୍‌ । ସର୍ଟସର୍କିଟ ଯୋଗୁ ଟ୍ରକ୍‌ରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ଛତ୍ରପୁର(କେନ୍ୟୁଜ୍‌) : ଆଇରନ୍‌ ବୋଝେଇ ଟ୍ରକ୍‌ରେ ନିଅାଁ । ଗଞ୍ଜାମ ୧୬ ନମ୍ବର ଜାତୀୟ ରାଜପଥର ଶନି ମନ୍ଦର ଛକ ଠାରେ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଟ୍ରକ୍‌ ଡ୍ରାଇଭର ଓ ହେଲପର । କେନ୍ଦୁଝରରୁ ଗୋପାଳପୁରକୁ ଆଇରନ ପଥର ନେଇ ଯାଉଥିଲା ଟ୍ରକ୍‌ । ସର୍ଟସର୍କିଟ ଯୋଗୁ ଟ୍ରକ୍‌ରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ଖବର ପାଇ ଛତ୍ରପୁର ଦମକଳ ବାହିନୀ ଓ ଗ୍ରାସୀମ କମ୍ପାନୀ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲାଗି ଗାଡି ଜଳୁଥିବା ବେଳେ ୧୬ଟି ଚକ ଫାଟି ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଘଟଣାର ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.