ଏବେ ଅଧା ମୂଲ୍ୟରେ ଦେଖିବେ Netflix

ଏବେ ଅଧାରୁ କମ ଦାମରେ ଦେଖିପାରିବେ ନେଟଫ୍ଲିକ୍ସ। ନେଟଫ୍ଲିକ୍ସ ଗତ କିଛି ସମୟରୁ ନିଜ ସବସ୍କ୍ରିପସନ ପ୍ଳାନରେ ପରିବର୍ତ୍ତନ କରୁଛି। ପ୍ରଥମେ କମ୍ପାନୀ ଆଡ୍‌ ଥିବା ଏକ ଶସ୍ତା ସବସ୍କ୍ରିପସନ ପ୍ଳାନର ଘୋଷଣା କରିଥିଲା। ପରେ କମ୍ପାନୀ ପାସଓ୍ଵାର୍ଡ ସେୟାରିଂ ଉପରେ ରୋକ ଲ ଗାଇଥିଲା। ଏବେ କମ୍ପାନୀ ନିଜ ପ୍ଲାନରେ ପୁଣି ଦରକୁ କମାଇଛି।

ଆପଣ ନେଟଫ୍ଲିକ୍ସ ବ୍ଯବହାର କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର। ନେଟଫ୍ଲିକ୍ସ ଆଣୁଛି ବଢ଼ିଆ ସବସ୍କ୍ରିପସନ। ଆଜି କା ଦିନରେ ଯଦି ଲୋକପ୍ରିୟତାରେ ସିନେମାକୁ ଯଦି କେହି ଟକ୍କ ର ଦେଉଛି ତେବେ ତାହା ହେଉଛି ଓଟିଟି ପ୍ଲାଟଫର୍ମ। ଯଦି ଆପଣ ବି ଓଟିଟି କଣ୍ଟେଟ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର ବହୁତ ଭଲ ଫାଇଦା ଦେବ। ଅନଲାଇନ ଭିଡିଓ ଷ୍ଟ୍ରିମିଂ କମ୍ପାନୀ ନେଟଫ୍ଲିକ୍ସ ଭାରତୀୟ ଗ୍ରାହକଙ୍କ ପାଇଁ ଶସ୍ତା ପ୍ଲାନ ଆରମ୍ଭ କରିଛି। ଆଜି ଜାଣନ୍ତୁ ଯେ ଆପଣ କିପରି ନେଟଫ୍ଲିକ୍ସରେ ସବସ୍କ୍ରିପସନ ପ୍ଲାନକୁ ଅତି କମ ଦାମରେ ପାଇପାରିବେ।

ନେଟଫ୍ଲିକ୍ସ ଗତ କିଛି ସମୟରୁ ନିଜ ସବସ୍କ୍ରିପସନ ପ୍ଳାନରେ ପରିବର୍ତ୍ତନ କରୁଛି। ପ୍ରଥମେ କମ୍ପାନୀ ଆଡ୍‌ ଥିବା ଏକ ଶସ୍ତା ସବସ୍କ୍ରିପସନ ପ୍ଳାନର ଘୋଷଣା କରିଥିଲା। ପରେ କମ୍ପାନୀ ପାସଓ୍ଵାର୍ଡ ସେୟାରିଂ ଉପରେ ରୋକ ଲ ଗାଇଥିଲା। ଏବେ କମ୍ପାନୀ ନିଜ ପ୍ଲାନରେ ପୁଣି ଦରକୁ କମାଇଛି। ଆସନ୍ତୁ ଜାଣିବା ନେଟଫ୍ଲିକସ୍ର ସବସ୍କ୍ରିପସନ ପ୍ରାଇସ ସମ୍ପର୍କରେ । ଆଉ ଏହା କେଉଁଠି ଲାଗୁ କରାଯାଇଛି।

ସାଧାରଣ ଭାବେ ଏସବୁର ପ୍ଲାନ ରେଟ୍‌ ଅଧିକ ରହୁଥିବା କାରଣରୁ ଚାହିଁଲେ ବି ସମସ୍ତେ ବ୍ୟବହାର କରିପାରନ୍ତି ନାହିଁ। କିଛି ସମୟ ପୂର୍ବରୁ ନେଟଫ୍ଲିକ୍ସ ଏକ ନୂଆ ପ୍ଲାନର ଆନାଉସମେଣ୍ଟ କରିଛି। ଯେଉଁଥିରେ ଏବେ ଶସ୍ତା ଲଞ୍ଚ ହୋଇଛି। ଏହି ପ୍ଲାନ ଭାରତରେ କେବେ ଆଉ କେତେ ଦାମରେ ଲଞ୍ଚ ହେବ ଜାଣନ୍ତୁ ..

ନେଟଫ୍ଲିକ୍ସ ନିଜ ସବସ୍କ୍ରାଇବର୍ସ କୁ ବଢ଼ାଇବା ପରେ ନିଜ ପ୍ଳାନରେ ପରିବର୍ତ୍ତନ କରୁଛି। ୟୁଜର୍ସଙ୍କ ପାଇଁ ଆଣିଛି ଆଉ ଏକ ଶସ୍ତା ପ୍ଲାନ। ଓଟିଟି ପ୍ଲାଟଫର୍ମ ସେଗମେଣ୍ଟରେ ନେଟଫ୍ଲିକ୍ସ ଅତ୍ୟନ୍ତ ଲୋକପ୍ରିୟ । ନେଟଫ୍ଲିକ୍ସ କମ୍ପାନୀ ବହୁ ବର୍ଷ ପର୍ଯ୍ୟନ୍ତ ଟପରେ ରହି ଆସିଛି । କମ୍ପାନୀ କିଛି କାରଣ ପାଇଁ ନିଜ ପ୍ଲାନ୍ସର ମୂଲ୍ୟ କମାଉଛି । କମ୍ପାନୀ ଅଲଗା ଅଲଗା କାରଣ ପାଇଁ ଭିନ୍ନ ଭିନ୍ନ ଦର ଉପରେ ପ୍ଲାନ୍ସ ଏବଂ ଫିଚର ଅଫର କରିଥାଏ । କମ୍ପାନୀ middle east ର କିଛି ଦେଶରେ ନିଜର ସବସ୍କ୍ରିପସନ ପ୍ଲାନ ଶସ୍ତା କରିଛନ୍ତି ।

ନେଟଫ୍ଲିକ୍ସ ପ୍ଲାନ ମୂଲ୍ୟରେ ହ୍ରାସ କିଛି ଅନ୍ୟ କାରଣରୁ ମଧ୍ୟ କରାଯାଉଛି । କେବଳ ଏତିକି ନୁହେଁ କିଛି ସ୍ଥାନରେ କମ୍ପାନୀ ପ୍ରାଇସର ଦର ଅଧା କରାଯାଇଛି । ଅର୍ଥାତ ଚୟନ କରାଯାଇଥିବା ମାର୍କେଟରେ ଗ୍ରାହକ ମାନଙ୍କୁ ଅଧା ଦରରେ ନେଟଫ୍ଲିକ୍ସ ପ୍ଲାନ ମିଳୁଛି ।

କହିବାକୁ ଗଲେ ଅଫିସିଆଲି ଏନେଇ କିଛି ସୂଚନା ଆସିନାହିଁ । ହେଲେ କିଛି ରିପୋର୍ଟ ଅନୁସାରେ ନେଟଫ୍ଲିକ୍ସ କିଛି ଦେଶରେ ପ୍ଲାନ୍ସ କୁ ଅପଡେଟ କରାଯାଇଛି । କମ୍ପାନୀ ମିଶ୍ର, ୟମନ, ଜାର୍ଡନ, ଲୀବିଆ, ଇରାନ ସମେତ କିଛି ଦେଶରେ ପ୍ଲାନ୍ସ ମୂଲ୍ୟ କମ କରିଛି । ହେଲେ ଏହି ଲିଷ୍ଟରେ ଭାରତର ନାମ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.