Below header

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ୨ ଦିନିଆ ମୁମ୍ବାଇ ଗସ୍ତ, ଓଡିଶା ଇନଭେଷ୍ଟରସ ମିଟ୍ ରେ ଦେବେ ଯୋଗ

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ୨ ଦିନିଆ ମୁମ୍ବାଇ ଗସ୍ତ କାର୍ୟ୍ଯକ୍ରମ। ଅପରାହ୍ନ ୩ ଟା ୩୦ ରେ ମୁମ୍ବାଇ ଠାରେ ହେବାକୁ ଥିବା ଓଡିଶା ଇନଭେଷ୍ଟରସ ମିଟ୍ କାର୍ୟ୍ଯକ୍ରମ ରେ ଯୋଗ ଦେବେ। ସନ୍ଧ୍ଯା ୭ ଟା ରେ ସ୍ପୋର୍ଟ୍ସ ଷ୍ଟାର ଆସେସ ଆଓ୍ବାର୍ଡ କାର୍ୟ୍ଯକ୍ରମ ରେ ଯୋଗ ଦେଇ ଆସନ୍ତାକାଲି ଅପରାହ୍ନ ୨ ଟା ରେ ଭୂବନେଶ୍ୱର ପ୍ରତ୍ଯାବର୍ତ୍ତନ କରିବେ।

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜି ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ନିବେଶକ ସମ୍ମିଳନୀ ଓ ସ୍ପୋର୍ଟସ ଷ୍ଟାର ଏସେସ୍‌ ପୁରସ୍କାର ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ସମ୍ଭାବନା ରହିଛି । ଓଡ଼ିଶାକୁ ବଡ଼ ପୁଞ୍ଜି ନିବେଶ ଆସିପାରେ । ଆଜି ପୂର୍ବାହ୍ନ ୧୦ଟା ୪୫ ମିନିଟ୍‌ରେ ମୁମ୍ବାଇ ଅଭିମୁଖେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ବାହାରିବେ । ଅପରାହ୍ନ ୩ ଟା ୩୦ ରେ ମୁମ୍ବାଇ ଠାରେ ହେବାକୁ ଥିବା ଓଡିଶା ଇନଭେଷ୍ଟରସ ମିଟ୍ କାର୍ୟ୍ଯକ୍ରମ ରେ ଯୋଗ ଦେବେ। ଗତବର୍ଷ ସେପ୍ଟେମ୍ବର ମାସରେ ଓଡ଼ିଶା ନିବେଶକ ସମ୍ମିଳନୀରେ ସାମିଲ ହେବାକୁ ମୁମ୍ବାଇ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.