ଅଭିନୟ ଶିଖାଇବେ ରାକ୍ଷୀ, ଦୁବାଇରେ ଖୋଲିଲେ ଆକ୍ଟିଂ ଏକାଡେମୀ

ଦୁବାଇରେ ଆକ୍ଟିଂ ଏକାଡେମୀ ଖୋଲିଲେ ରାକ୍ଷୀ । ବଲିଉଡରେ କାମ କରୁବାକୁ ଚାହୁଁଥିବା ଲୋକଙ୍କୁ ଦେବେ ପ୍ରଶିକ୍ଷଣ । ଆଉ ଏଥିପାଇଁ ରାକ୍ଷୀଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡିଛି ।

ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ ପୁଣିଥରେ ଇଣ୍ଡଷ୍ଟ୍ରୀକୁ ଫେରୁଛନ୍ତି । ନିକଟରେ ବ୍ୟକ୍ତିଗତ ଜୀବନକୁ ନେଇ ଗୀତ ସୁଟ୍‌ କରୁଥିବାର ନଜର ଆସିଥିଲେ ରାକ୍ଷୀ । ହେଲେ ଏବେ ନିଜର ଅଭିନୟ ଯାଦୁ ଏବଂ କଳା ସମସ୍ତଙ୍କୁ ଶିଖାଇବା ପାଇଁ ଦୁବାଇରେ ଆକ୍ଟିଂ ଏକାଡେମୀ ଖୋଲିଛନ୍ତି ରାକ୍ଷୀ । ଯେଉଁମାନେ ବଲିଉଡ ଇଣ୍ଡଷ୍ଟ୍ରୀରେ କାମ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଏଠାରେ ଆକ୍ଟିଂ ଟ୍ରେନିଂ ଦିଆଯିବ।

ଏବେ ରାକ୍ଷୀ ନିଜ କ୍ୟାରିଅରର ସବୁଠୁ ମହଙ୍ଗା ମ୍ୟୁଜିକ ଭିଡିଓ ସୁଟ୍‌ କରିବାରେ ବ୍ୟସ୍ତ ରହିଛନ୍ତି । ତେବେ ନିଜର ନୂଆ ଆକ୍ଟିଂ ଏକାଡେମୀ ଦ୍ୱାରା ଅନ୍ୟ ଦେଶର ଲୋକଙ୍କୁ ଆକ୍ଟିଂ ଶିଖାଇବେ । ଏହାକୁ ନେଇ ରାକ୍ଷୀ କହିଛନ୍ତି, ‘ ମୁଁ କରାମାରେ ଏକ ଏକାଡେମୀ ଖୋଲିଛି, ଯାହା ଗଲ୍ଫ ଏବଂ ଅନ୍ୟ ଦେଶର ଲୋକଙ୍କୁ ଆକ୍ଟିଂ ଶିଖାଇବ । ଫଳରେ ସେମାନଙ୍କୁ ବଲିଉଡରେ କାମ ମିଳିବ ।

ସୂଚନାଯୋଗ୍ୟ, ନିକଟରେ ରାକ୍ଷୀ ଆଦିଲଙ୍କ ବିରୋଧରେ ଠକେଇ ଓ ଘରୋଇ ହିଂସା ଅଭିଯୋଗ ଆଣିବା ପରେ ଆଦିଲଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ଏହା ପୂର୍ବରୁ ମୈସୁରର ଭିଭି ପୁରମ ଥାନାରେ ଆଦିଲ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଇରାନର ଜଣେ ଯୁବତୀ ଅଭିଯୋଗ କରିଥିଲେ। ଏଫ୍ଆଇଆର୍ରେ ଇରାନୀ ଯୁବତୀ ଜଣକ ଉଲ୍ଲେଖ କରିଥିଲେ ଯେ, ମୈସୁରରେ ଡକ୍ଟର ଅଫ ଫାର୍ମାସି ପଢ଼ିବା ପାଇଁ ସେ ଭାରତ ଆସିଥିଲେ। ଏହାପରେ ଡେଜର୍ଟ ଲ୍ୟାବ ଫୁଡ୍ ଅଡ୍ଡାରେ ସେ ଆଦିଲ ଖାନ୍ଙ୍କ ସହ ଭେଟିଥିଲେ। ଆଦିଲ ସେହି ଫୁଡ୍ ଆଉଟ୍ଲେଟ୍ର ମାଲିକ ଥିଲେ। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା।

ଏହାପରେ ମୈସୁରରେ ଦୁହେଁ ଏକାଠି ରହୁଥିଲେ। ବିବାହ କରିବାର ବାହାନା କରି ଆଦିଲ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ପାଞ୍ଚ ମାସ ପୂର୍ବେ ସେ ତାଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। ହେଲେ ତାଙ୍କ ପ୍ରସ୍ତାବକୁ ଆଦିଲ ପ୍ରତ୍ୟାଖ୍ୟାନ କରିଥିଲେ। କହିଥିଲେ, ଅନେକ ଝିଅଙ୍କ ସହ ତାଙ୍କର ଏହିଭଳି ସମ୍ପର୍କ ରହିଛି। ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ପଠାଇ ଏକଥା ବାହାରେ ପ୍ରଘଟ ନକରିବାକୁ ଆଦିଲ ତାଙ୍କୁ ଧମକ ଦେଇଥିଲେ। ଏହାପରେ ତାଙ୍କୁ ସେ ବ୍ଲାକମେଲ୍ କରିବା ଆରମ୍ଭ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.