ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗତ ୨୪ ଘଣ୍ଟା ଭିତରେ ୧୯୧୪୮ ଜଣ ନୂଆ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୬ଲକ୍ଷ ଟପିଯାଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତଥ୍ୟ ଅନୁଯାୟୀ, ମୋଟ୍ ୬ ଲକ୍ଷ ୪ ହଜାର ୬୪୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୧୯ ହଜାର ୧୪୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦିନ କୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ମାତ୍ର ଗୋଟିଏ ଦିନରେ ୪୩୪ ଜଣଙ୍କ ଜୀବନ ନେଇଛି ଭାଇରସ୍ । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୭ହଜାର ୮୩୪କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ୨ଲକ୍ଷ ୨୬ହଜାର ୯୪୭ ଥିବା ବେଳେ ସୁସ୍ଥ ହୋଇ ଫେରିଛନ୍ତି ୩ ଲକ୍ଷ ୫୯ହଜାର ୮୬୦ ଜଣ ।

ସେପଟେ ଭାରତରେ ସର୍ବାଧିକ ଆକ୍ରାନ୍ତ ହୋଇଥିବା ମହାରାଷ୍ଟ୍ର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୮୦ ହଜାର ୨ଶହ ୯୮ରେ ପହଞ୍ଚିଛି । ଏମିତିକି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮ ହଜାର ୫୩ରେ ପହଞ୍ଚିଲାଣି । ସେହିପରି ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୮୯ ହଜାର ୮୦୨ ଛୁଇଁଛି । ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ହଜାର ପାର କଲାଣି । ସେପଟେ ଆଜି ଆମ ରାଜ୍ୟ ଓଡ଼ିଶାରେ ୨୨୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫କୁ ବୃଦ୍ଧି ପାଇଛି । ସେପଟେ କରୋନା କାରଣରୁ ହିଁ ୨୭ ଜଣଙ୍କ ଜୀବନ ଯାଇସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.