Below header

ଫିଲ୍ମ ପ୍ରଡ୍ୟୁସରଙ୍କ ଆକାଉଣ୍ଟରୁ ଧୋକାରେ ୨୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ, ଗୁଗୁଲ ବି ଲଗାଇ ପାରିଲାଣି ପତ୍ତା

ଭାରତର ଆର୍ଥିକ ରାଜଧାନୀ ଭାବେ ଜଣା ମୁମ୍ବାଇରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ହ୍ୟାକର ଗୁଗୁଲ ସହ ଫ୍ରଡ କରି ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ ଜଣଙ୍କ ଆକାଉଣ୍ଟରୁ ୨୩ ଲକ୍ଷ ଟଙ୍କା ନେଇଯାଇଛନ୍ତି । ବିଶ୍ୱାସ ହେଉନି ନା ଘଟଣାଟି କିନ୍ତୁ ସତ । ମୁମ୍ବାଇର କାନ୍ଦିବାଲି ସାଇବର ପୋଲିସ ଏକ ମାମଲାରେ ଜଣେ ମେକାନିକାଲ ଇଂଜିନିୟରଙ୍କୁ ଗିରଫ କରିଛି । ଏହି ବ୍ୟକ୍ତି ଜଣଙ୍କ କାର୍ସାଦି କରି ଅନ୍ୟ ଜଣଙ୍କ ଆକାଉଣ୍ଟରୁ ନିଜ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସ୍ଫର କରିନଉଥିଲେ । ଗିରଫ କରିବା ସହ ପୋଲିସ ତାଙ୍କ ଆକାଉଣ୍ଟରୁ ୨୦ ଲକ୍ଷ ଟଙ୍କା ଜବତ କରିଛି ।

ସାଇବର ସେଲର ବରିଷ୍ଠ ପୋଲିସ ନିରୀକ୍ଷକ ସରଳା ବସାବେଙ୍କ ଅନୁଯାୟୀ, ଆଶିଷ ଭାଟିୟା ନାମକ ଜଣେ ଫିଲ୍ମ ପ୍ରଡ୍ୟୁସର ପ୍ରଥମେ ତାଙ୍କ ନିକଟକୁ ଅଭିଯୋଗ ନେଇ ଆସିଥିଲେ । ଅଭିଯୋଗ ଅନୁଯାୟୀ କେହି ଜଣେ ତାଙ୍କ ଆକାଉଣ୍ଟରୁ ଧୋକାରେ ୨୩ ଲକ୍ଷ ଟଙ୍କା ନେଇ ଯାଇଛନ୍ତି । ସାଇବର ସେଲକୁ ନିଜ ବୟାନରେ ଭାଟିୟା କହିଛନ୍ତି, ସେ ନିଜେ ବିଭିନ୍ନ ୱେବ ସିରିଜର ଭିଡିଓ ପ୍ରସ୍ତୁତ କରି ୟୁ ଟ୍ୟୁବରେ ଅପଲୋଡ କରନ୍ତି । ତାଙ୍କର ଏହି ଭିଡିଓର ସବସ୍କ୍ରିପସନ ଆଧାରରେ ଗୁଗୁଲ ତାଙ୍କ ପାଖକୁ ୨୦ରୁ ୨୫ ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥାଏ ।

ଗତ ଏପ୍ରିଲ ମାସରେ ତାଙ୍କ ଆକାଉଣ୍ଟକୁ ଟଙ୍କା ନଆସିବାରୁ ଘଟଣାର ଛାନଭିନ କରିଥିଲେ । ତନାଘନା କରି ପୋଲିସକୁ ଖବର ଦେଇଥିଲେ । ପରେ ଜଣା ପଡିଥିଲାକି ଧୋକାରେ କେହି ଜଣେ ତାଙ୍କ ଆକାଉଣ୍ଟକୁ ହାୟକ କରିନେଇଛନ୍ତି । ଏମିତି କାର୍ସାଦିରେ ଅଭିଯୁକ୍ତ ଜଣଙ୍କ କାମ କରିଛନ୍ତିଯେ ଏହି କାମଟି କରାଯାଇଥିଲାକି ଗୁଗୁଲକୁ ବି ଜଣାପଡ଼ିନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.