ନାବାଳିକା ଅପହରଣକାରୀକୁ ଗିରଫ ଦାବିରେ ଥାନା ସମ୍ମୁଖରେ ଧାରଣା ଦେଲେ ପିଡିତାଙ୍କ ପରିବାର

ଯାଜପୁର ଟାଉନ: ନାବାଳିକା ଅପହରଣ କାରୀଙ୍କୁ ଗିରଫ ପାଇଁ ଥାନା ସମ୍ମୁଖରେ ଧାରଣା ଦେଲେ ପିଡିତାଙ୍କ ପରିବାର। ଯାଜପୁର ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅଞ୍ଚଳର ନାବାଳିକାଙ୍କୁ ଯୁନ୍ଦୁପୁର ଗାଁର ଗଣେଶପ୍ରସାଦ ଦାସଙ୍କ ପୁଅ ପିଣ୍ଟୁ ଦାସ ଅପହରଣ କରିଥିବା ପରିବାର ଲୋକେ ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ । ହେଲେ ଆଜି ଯାଏ ଅଭିଯୁକ୍ତର ଟେର ପାଉନି ମଙ୍ଗଳପୁର ପୋଲିସ।ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପରିବାର ଲୋକେ।

ପୋଲିସ ଜାଣି ଶୁଣି ଅଭିଯୁକ୍ତକୁ ଗିରଫ ନ କରି ଚୁପ ବସିରହୁଛି ଓ ନାବାଳିକାର ଜୀବନ ପ୍ରତି ବିପଦ ଥିବା ନେଇ ଆଶଙ୍କା କରିଛନ୍ତି ପରିବାର ଲୋକେ। ତେଣୁ ତୁରନ୍ତ ନାବାଳିକାଙ୍କୁ ଉଦ୍ଧାର କରି ଅଭିଯୁକ୍ତକୁ ଗିରଫ କରିବାକୁ ଦାବି ହୋଇଛି। ସେପଟେ ମଙ୍ଗଳପୁର ଥାନା ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଓହରିଛନ୍ତି ପିଡିତାଙ୍କ ପରିବାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.