ଗଜପତି: ଘରୋଇ ନର୍ସରୀ କୋଠାରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ନରହରୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ଏକ ଘରୋଇ ନର୍ସରୀ କୋଠାରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ କରିଛି ପାରଳାଖେମୁଣ୍ଡି ପୋଲିସ । ତେବେ ପୋଲିସ କହିବା ଅନୁସାରେ ମୃତକ ମହିଳା ଜଣକ ସେରଙ୍ଗ ଥାନା ଅନ୍ତର୍ଗତ ମୁନିସିଂ ଗ୍ରାମର ଅମ୍ବୀକା ଶବର । ବୟସ ୩୦ରୁ ୩୫ ବର୍ଷ ପ୍ରାୟ ହେବ ବୋଲି ପୋଲିସ କହିଛି ।

ତେବେ ମହିଳା ଜଣକ ମୁନିସିଂ ଗ୍ରାମରୁ ନରହରୀପୁର କିପରି ଆସିଲେ । ତାଙ୍କୁ ହତ୍ୟା କିଏ କଲା ଏବଂ ହତ୍ୟା କେମିତି କଲା ଓ କେଉଁଥିରେ ହତ୍ୟା କଲା ତାହା ରହସ୍ୟ ରହିଥିବା ବେଳେ କିନ୍ତୁ ମହିଳା ହତ୍ୟା ହୋଇଥିବା ପୋଲିସ ସ୍ପଷ୍ଟ କରିଛି । ସେପଟେ ଘଟଣା ଗତକାଲି ରାତ୍ର ହୋଇଥିବା ପୋଲିସ ସନ୍ଦେହ କରୁଥିବା ବେଳେ ହତ୍ୟାର ବିଭିନ୍ନ ଦିଗକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ସାଇଣ୍ଟିଫିକ ଟିମର ସାହାଯ୍ଯ ନେଇଥିବା ଗଜପତି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ବାମଦେବ ସିଂ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.