Below header

ବରଯାତ୍ରୀ ହେଲା ଶେଷ ଯାତ୍ରା, ନଦୀରେ ବସ ଖସି ୩ ଛୁଆଙ୍କ ସମେତ ୨୪ ଜଣଙ୍କ ମୃତ୍ୟୁ

କୋଟା: ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଆଜି ସକାଳେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି । ଜିଲ୍ଲାର ପାପଡି ଗାଁରୁ ବାହାରି ଥିବା ଏକ ଯାତ୍ରୀବାହୀ ବରଯାତ୍ରୀ ବସ ମେଜ ନଦୀରେ ଯାଇ ଗଳି ପଡିଛି । ଜିଲ୍ଲାର ଲଖେରି ଥାନା ଅଧିନସ୍ଥ ଅଂଚଳରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ଏଯାବତ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକଙ୍କ ମଧ୍ୟରେ ୧୦ ଜଣ ପୁରୁଷ, ୧୧ ଜଣ ମହିଳା ଓ ୩ ଜଣ ଶିଶୁ ଥିବା ଜଣାଯାଇଛି । ସୂଚନା ମୁତାବକ କୋଟାର ଦଦିବାଡ଼ିରୁ ବାହାରିଥିବା ଏକ ପରିବାରର ସଦସ୍ୟ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ମାଧୋପୁର ଅଭିମୁଖେ ଏକ ବସ ଯୋଗେ ବାହାରିଥିଲେ ।

rajasthan

କିନ୍ତୁ ଅଧାବାଟରେ ବସଟି ନିୟନ୍ତ୍ରଣ ହରାଇ ନଦୀରେ ଗଳି ପଡିଥିଲା । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଗାଡିର ଆଗ ଟାୟାର ବାହାରିବାରୁ ନିୟନ୍ତ୍ରଣ ହରାଇ ବସଟି ଏପରି ଏକ ଦୁର୍ଘଟଣାର ଶିକାର ହୋଇଥିଲା । ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଜିଲା ପ୍ରଶାସନ ଓ ଏଂଡିଆରଏଫର ଦଳ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହା ବାଦ ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ଜଣାଯାଇଛି ।

ସୂଚନା ମୁତାବକ ରାଜସ୍ଥାନ କୋଟା ବାସିନ୍ଦା ମୁରାରୀ ଲାଲ ଧୋବୀ ନିଜ ପରିବାର ସହ ନିଜ ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେବା ପାଇଁ ବାହାରିଥିଲେ । କିନ୍ତୁ ଅଧା ରାସ୍ତାରେ ହିଁ ଏହି ପରିବାରକୁ ଏପରି ଏକ ଦୁଃଖଦ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.