ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ, ୩.୨ ତୀବ୍ରତା

ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାରେ ୩.୨ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛନ୍ତି । ସକାଳ ୬.୩୪ ମିନିଟରେ ଭୂମିକମ୍ପ ହୋଇଥିବା ସୂଚନା ଦେଇଛି  NCS ।

ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାରେ ଆଜି ସକାଳେ ଭୂମିକମ୍ପ ଝଟକା ଲାଗିଛି । ଭୂମିକମ୍ପର ତୀବ୍ରତା ୩.୨ ରହିଥିଲା । ଏହା ଭୂପୃଷ୍ଠରୁ ୩୩ କିମି ଭିତରେ କେନ୍ଦ୍ରୀଭୂତ ହୋଇଥିଲା । ତେବେ ଧନଜୀବନ କିଛି ହାନି ହୋଇନଥିବା ଖବର ମିଳିଛି । ସକାଳ ୬ଟା ୩୪ ମିନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।

NCS  ଟ୍ବିଟ୍‌ କରି ଭୂମିକମ୍ପର  ତୀବ୍ରତା ବିଷୟରେ ଜଣାଇଛି ।

ଏହା ପୂର୍ବରୁ ଶୁକ୍ରବାର ଦିନ ଅରୁଣାଚଳ ପ୍ରଦେଶର କିଛି ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । NCS  ଟ୍ବିଟ୍‌ କରିଥିବା ରିପୋର୍ଟ ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୦ କିମି ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.