୪ ଯାଏଁ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ, ବିଦ୍ୟୁତ କଟିଲେ ବଢିବ ଜନଅସନ୍ତୋଷ

ରାତିରେ ଶାନ୍ତିରେ ଟିକେ ଶୋଇ ପାରୁ ନାହାନ୍ତି ଲୋକ । ବର୍ଷା ପବନ ହେଲେ କଥା ସରିଲା । ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଏମିତି ସ୍ଥିତି । ପାୱାର କଟକୁ ନେଇ ତେଜୁଛି ଜନ ଅସନ୍ତୋଷ । ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାଓ୍ଵାର ଉପରେ ରାଗ ସୁଝାଇବା ଆରମ୍ଭ କରି ଦେଲେଣି ଉପଭୋକ୍ତା ।

କେନ୍ୟୁଜ୍(ବ୍ୟୁରୋ): ବାହାରେ ଖରା ତାତି । ଘରେ ବିଜୁଳି ଗୁଲ୍‌ । ଖରା ତାତି ଯେତିକି କଷ୍ଟ ଦେଉଛି, ତାକୁ ବଳି ଯାଉଛି ପାୱାର୍‌ କଟ୍‌ । ଗ୍ରୀଷ୍ମପ୍ରବାହ ଲୋକଙ୍କୁ କଲବଲ କରୁଥିବା ବେଳେ ଅଘୋଷିତ ବିଦ୍ୟୁତ କାଷ୍ଟ ଛଟପଟ କରୁଛି । କିଛି ସ୍ଥାନରେ ଘଣ୍ଟା ଘଣ୍ଟା ଯାଉଛି ଲାଇନ୍‌ । କେଉଁଠି ରାତିରେ କଟୁଛି ଯେ ସକାଳେ ଯାଇ ଆସୁଛି । ରାତିରେ ଶାନ୍ତିରେ ଟିକେ ଶୋଇ ପାରୁ ନାହାନ୍ତି ଲୋକ । ବର୍ଷା ପବନ ହେଲେ କଥା ସରିଲା । ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଏମିତି ସ୍ଥିତି । ପାୱାର କଟକୁ ନେଇ ତେଜୁଛି ଜନ ଅସନ୍ତୋଷ । ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାଓ୍ଵାର ଉପରେ ରାଗ ସୁଝାଇବା ଆରମ୍ଭ କରି ଦେଲେଣି ଉପଭୋକ୍ତା ।

ବିଜୁଳି ସମସ୍ୟା ନେଇ ଆସନ୍ତାକାଲି ମୁଖ୍ୟ ସଚିବ ପ୍ରଦୀପ ଜେନା ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଲୋକସେବା ଭବନରେ ହେବାକୁ ଥିବା ଏହି ବୈଠକରେ ରାଜ୍ୟର ବିଦ୍ୟୁତ ବିତରଣ କମ୍ପାନୀର ସିଇଓ, ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ବାରମ୍ବାର ବିଜୁଳି କାଟ ଜନିତ ସମସ୍ୟାର ସମାଧାନ ନେଇ ହେବ ସମୀକ୍ଷା । ଏହାସହ ବାତ୍ୟା, କାଳବୈଶାଖୀ ନେଇ ମଧ୍ୟ ଆଲୋଚନା ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.