Below header

ବନ୍ଦ ହେବ ୩ଟି ସରକାରୀ ବ୍ୟାଙ୍କ

ଦିଲ୍ଲୀ(କେନ୍ଯୁଜ୍) : ଏକାସାଙ୍ଗେ ବିଲୟ ହେବ ୩ଟି ସରକାରୀ ବ୍ୟାଙ୍କ। ଗଠନ ହେବ ଦେଶର ତୃତୀୟ ବୃହତ ବ୍ୟାଙ୍କ। ଏହି ତିନୋଟି ବ୍ୟାଙ୍କ ହେଉଛି ବରୋଦା, ଦେନା ଓ ବିଜୟା ବ୍ୟାଙ୍କ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏହି ସୂଚନା ଦେଇଛନ୍ତି। ଏହି ମିଶ୍ରଣ ବ୍ୟାଙ୍କ ଗୁଡିକୁ ଅଧିକ ସୁଦୃଢ କରିବା ସହ ସେମାନଙ୍କ ଋଣ ଯୋଗାଣ କ୍ଷମତା ବଢାଇବ ବୋଲି ଅର୍ଥମନ୍ତ୍ରୀ କ ହିଛନ୍ତି। ଏହାସହ ପ୍ରତିଯୋଗୀତା ମଧ୍ୟ ବଢିବ ଏବଂ ଉପଭୋକ୍ତାଙ୍କୁ ଭଲ ସେବା ମିଳିବ। ମିଶ୍ରଣ ପ୍ରସ୍ତାବ ଉପରେ ବିଚାର କରିବାକୁ ତିନି ବ୍ୟାଙ୍କର କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଆର୍ଥିକ ସେବା ସଚିବ ରାଜୀବ କୁମାର କହିଛନ୍ତି। ତେବେ ଏହି ତିନୋଟି ବ୍ୟାଙ୍କର କର୍ମଚାରୀ ପ୍ରଭାବିତ ହେବେ ନାହିଁ ବୋଲି ଅରୁଣ ଜେଟ୍‌ଲୀ କହିଛନ୍ତି। ଗତ ଚାରି ବର୍ଷରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଋଣ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଅନେକ ସୁଧାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.