Below header

ବିନା କୋହଲିରେ ବିରାଟ ଅଭିଯାନରେ ଟିମ୍‌ ଇଣ୍ଡିଆ, ଏସିଆ କପ୍‌ରେ ଆଜି ଭାରତର ଅଭିଯାନ ଆରମ୍ଭ

ଭୁବନେଶ୍ୱର(କେନ୍ଯୁଜ୍) : ଏସିଆ କପ୍‌ରେ ଆଜି ଅଭିଯାନ ଆରମ୍ଭ କରିବ ଭାରତ । ହଂକଂ ସହ ହେବ ମୁକାବିଲା । ବିନା କୋହଲିରେ ବିରାଟ ଅଭିଯାନରେ ଟିମ୍‌ ଇଣ୍ଡିଆ । ରୋହିତ ଶର୍ମାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ମେନ୍‌ ଇନ୍‌ ବ୍ଲୁ । ଶିଖର ଧଓ୍ଵନ, ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ ବ୍ୟାଟିଂ ଭାର ସମ୍ଭାଳିବେ । ସେହିପରି ବୋଲିଂ ଦାୟିତ୍ୱ ରହିବ ଜଶପ୍ରୀତ ବୁମ୍‌ରାହ, ଭୁବନେଶ୍ୱର କୁମାର, କୁଳଦୀପ ଯାଦବ ଓ ଯୁଜବେନ୍ଦର ଚହଲଙ୍କ କାନ୍ଧରେ ।

cricketସେପଟେ ହଂକଂ ଅଧିନାୟକ ଅଂଶୁମାନ ରଥ ଆଜି ଭାରତ ବିପକ୍ଷରେ ମ୍ୟାଚ୍‌ ଖେଳିବେ । ସେ ଜଣେ ଭାରତୀୟ ଓ ସବୁପରେ ଜଣେ ଓଡ଼ିଆ । ଭାରତ ବିପକ୍ଷରେ ତାଙ୍କ ଇନିଂସ ଉପରେ ବି ସମସ୍ତଙ୍କ ନଜର ରହିବ । ଆସନ୍ତାକାଲି ପାକିସ୍ତାନ ସହ ଭାରତ ଟକ୍କର ରହିଛି । ତା ପୂର୍ବରୁ ହଂକଂ ବିପକ୍ଷ ମ୍ୟାଚ୍‌  ଭାରତ ପାଇଁ ବେଶ ଗୁରୁତ୍ୱ ରଖୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.