Below header

କିମ୍‌ସ ଅଡିଟୋରିୟମ୍‌ରେ ଆୟୋଜିତ ହେଲା କାର୍ଯ୍ଯକ୍ରମ ‘ପରମ୍ପରା’

ଭୁବନେଶ୍ବର(କନ୍ଯେଜ୍) : ଭୁବନେଶ୍ୱର କିମ୍‌ସ ଅଡିଟୋରିୟମ୍‌ରେ ଆୟୋଜିତ ହୋଇଛି ‘ପରମ୍ପରା’ । ସିମ୍ଫୋନୀ ମ୍ୟୁଜିକାଲ୍‌ ଗ୍ରୁପ ଦ୍ୱାରା ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଯୋଗ ଦେଇଥିଲେ । କାର୍ଯ୍ଯକ୍ରମରେ ରାଗ ସଙ୍ଗୀତ, ଲୋକ ସଙ୍ଗୀତ ଓ ପୁରୁଣା ହିନ୍ଦୀ ସଙ୍ଗୀତ ପରିବେଷିତ ହୋଇଥିଲା । ବଂଶୀ ଓ ତବଲା ବାଦନ ମାଧ୍ୟମରେ ରାଗ ସଙ୍ଗୀତ ଓ ପୁରୁଣା ହିନ୍ଦି ଫିଲ୍ମର ଗୀତ ପରିବେଷିତ ହୋଇଥିଲା । ସଙ୍ଗୀତ ପରିବେଷଣ କରିଥିଲେ ଓ୍ଵାଜିଦ୍‌ ଶେଖ୍‌ ଓ ପୃଥ୍ଵୀରାଜ ପଣ୍ଡା । ଏଥିରେ ରାକେଶ ବିଶ୍ୱାଳ ମଧ୍ୟ ଗୀତାର ବାଦନ କରିଥିଲେ । ପୁରୁଣା ଗୀତର ତାଳେ ତାଳେ ତାଙ୍କର ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ମୁଗ୍ଧ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.