ଇସ୍ତଫା ଦେଲେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅଜୟ ମାକନ୍‌

ଦିଲ୍ଲୀ(କେନ୍ଯୁଜ୍) : ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅଜୟ ମାକନ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସେ ନିଜ ଇସ୍ତଫା ପଛରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଛନ୍ତି। ତାଙ୍କ ଇସ୍ତଫା ପତ୍ରକୁ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇ ଦିଆଯାଇଛି। ତେବେ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଇନଥିବା ସୂଚନା ମିଳିଛି। ଗତ କିଛି ଦିନ ଧରି ମାକନ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ସେ ବିଦେଶରେ ଚିକିତ୍ସିତ ହେଉଛନ୍ତି। ୨୦୧୫ରୁ ସେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦ ଦାୟିତ୍ୱରେ ଅଛନ୍ତି। ଦିଲ୍ଲୀ ନଗର ନିଗମ ନିର୍ବାଚନରେ କଂଗ୍ରେସ ଦଳର ପରାଜୟ ପରେ ଅଜୟ ମାକନ୍‌ ପୂର୍ବରୁ ମଧ୍ୟ ଇସ୍ତଫା ଦେଇଥିଲେ। ତେବେ ଦଳ ପକ୍ଷରୁ ଏହାକୁ ଗ୍ରହଣ କରାଯାଇନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.