ଘନଉଛି ଏକାଧିକ ବାତ୍ୟା ! ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଦାନା ବାନ୍ଧୁଛି ୩ଟି ସାଇକ୍ଲୋନ୍

ଘନଉଛି ଏକାଧିକ ବାତ୍ୟା । ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଏକାସାଙ୍ଗରେ ୩ଟି ବାତ୍ୟା ଦାନା ବାନ୍ଧୁଛି । ଏନେଇ ଚେତାଇଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସ୍ । ସାଓଲା, ହାଇକୁଇ ଏବଂ ଡାମ୍ ରେ ଆଗପଛ ହୋଇ ଏହି ତିନିଟି ଟ୍ରପିକାଲ ସାଇକ୍ଲୋନ୍ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଘନୀଭୂତ ହେଉଛି ।

ନୂଆଦିଲ୍ଲୀ : ଘନଉଛି ଏକାଧିକ ବାତ୍ୟା । ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଏକାସାଙ୍ଗରେ ୩ଟି ବାତ୍ୟା ଦାନା ବାନ୍ଧୁଛି । ଏନେଇ ଚେତାଇଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସ୍ । ସାଓଲା, ହାଇକୁଇ ଏବଂ ଡାମ୍ ରେ ଆଗପଛ ହୋଇ ଏହି ତିନିଟି ଟ୍ରପିକାଲ ସାଇକ୍ଲୋନ୍ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଘନୀଭୂତ ହେଉଛି ।

 

ଏହି ସପ୍ତାହ ଶେଷ ଆଡକୁ ସାଓଲା ଅଧିକ ଶକ୍ତିଶାଳୀ ହୋଇ ତାଇୱାନ ଏବଂ ଚୀନକୁ ପ୍ରଭାବିତ କରିବା ସମ୍ଭାବନା ରହିଛି । ସେହିପରି ଡାମରେ ସାଇକ୍ଲୋନ୍ ପୂର୍ବ ଜାପାନକୂ ପ୍ରଭାବିତ କରିବ ବୋଲି ଚେତାଇଛନ୍ତି ଜାସନ୍ । ଅନ୍ୟପଟେ ହାଇକୁଇ ଟ୍ରପିକାଲ ଷ୍ଟର୍ମ ଧିରେ ଧିରେ ଆଗକୁ ବଢୁଛି କିନ୍ତୁ ଏହାର ଗତିପଥ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ଚ୍ବିଟ୍ କରି ସୂଚାଇଛନ୍ତି ନିକୋଲ୍ସ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.