Below header

ପରୀକ୍ଷା ଦେଇ ଘରକୁ ଅଟୋରେ ଫେରୁଥିଲେ ପିଲା, ଓଲଟି ପଡିଲା ବାଲି ବୋଝେଇ ଟ୍ରକ: ୪ ମୃତ

ମହାରାଷ୍ଟ୍ର ରାଇଘରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୪ ଜଣକ ଜୀବନ ଚାଲିଯାଇଥିବା ଖବର ମିଳିଛି। ଏକ ବାଲି ବୋଝେଇ ଟ୍ରକ ପାସେଞ୍ଜର ଅଟୋ ଉପରେ ଓଲଟି ପଡିବାରୁ ଏଭଳି ଦୁର୍ଘଟଣା ଘଟିଛି। ତେବେ ଏମାନଙ୍କ ମଧ୍ୟରୁ ଅଟୋରେ ଥିବା ୩ ଜଣ ଛାତ୍ର ପରୀକ୍ଷା ଦେଇ ଘରକୁ ଫେରୁଥିଲେ। ଠିକ ସେହିସମୟରେ ବାଲି ବୋଝେଇ ଟ୍ରକଟି ଅଟୋ ଉପରେ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଛାତ୍ରମାନଙ୍କ ସହିତ ଅଟୋ ଚାଳକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଦୁର୍ଘଟଣାଟି ଛୋଲେ ଗାଁ ନିକଟରେ ହୋଇଥିଲା। ଟ୍ରକ ଏବଂ ଅଟୋ ଉଭୟେ ପୋଲାଡପୁରକୁ ଯାଉଥିବା ଖବର ମିଳିଛି। ବାଲି ବୋଝେଇ ଟ୍ରକଟି ଅନିୟନ୍ତ୍ରିତ ହୋଇ ଅଟୋ ଉପରେ ଓଲଟି ପଡିଥିଲା । ତେବେ ମୃତକଙ୍କ ପରିବାରକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.