Below header

ଟଙ୍କା ଦିଅ ନହେଲେ ଭାଇରାଲ କରିଦେବୁ ନଗ୍ନ ଫଟୋ : ଅଚିହ୍ନା ନମ୍ବରରୁ ହ୍ବାଟ୍ସଆପ ଭିଡ଼ିଓ କଲ ଉଠାଇ ହଟହଟା ହେଲେ ଯୁବକ

ଉମରକୋଟ(କେନ୍ୟୁଜ୍): ଅଚିହ୍ନା ନମ୍ବରରୁ ହ୍ବାଟ୍ସଆପ ଭିଡ଼ିଓ କଲ ଉଠାଇ ସାଇବର କ୍ରିମିନାଲର ଜାଲରେ ଫସିଲେ ଯୁବକ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ର ଧୋଡ୍ରା ଗ୍ରାମରେ। ଦୁଇ ଦିନ ତଳେ ଧୋଡ୍ରା ଗ୍ରାମର ହର୍କେସ ୟାଦବ ନାମକ ଜଣେ ଯୁବକଙ୍କ ନିକଟକୁ ଅଜଣା ହ୍ବାଟ୍ସଆପ୍  ନମ୍ବରରୁ ଭଏସ କଲ ଆସିଥିଲା। ହର୍କେସ କଲ୍ ରିସିଭ୍ କରିବାରୁ କଲ୍ କରିଥିବା ଯୁବକ ଜଣକ ହର୍କେସଙ୍କୁ କହିଲେ ଆମ ପାଖରେ ତୁମର ଫୋଟ, ପାନ କାର୍ଡ, ଆଧାର କାର୍ଡ ଓ ତୁମ ମୋବାଇଲରେ ଥିବା ସବୁ ନମ୍ବର ଅଛି। ତୁରନ୍ତ ୫୦୦୦ ଟଙ୍କା ଦିଅ, ଏସବୁ ଡିଲିଟ କରିଦେବୁ । ନଚେତ୍ ତୁମର ଲଗ୍ନ ଫୋଟକୁ ଭାଇରାଲ କରିଦେବାକୁ  ଧମକ ଦେଇଥିଲେ ।

ଏପରିକି ଉକ୍ତ ଯୁବକ ବିଭିନ୍ନ ନମ୍ବର୍ ରୁ ହର୍କେଶ୍ ଙ୍କୁ ଫୋନ କରି ଟଙ୍କା ମାଗିଲା। କିନ୍ତୁ ହର୍କେସ୍ ଟଙ୍କା ନଦେବାରୁ ଉକ୍ତ ଯୁବକ ହର୍କେସଙ୍କ ମୋବାଇଲରେ ଯେତେ ହ୍ବାଟ୍ସଆପ ନମ୍ବର୍ ଥିଲା ସମସ୍ତଙ୍କ ନିକଟକୁ ହର୍କେସଙ୍କ ଚେହେରାକୁ ଏଡିଟିଙ୍ଗ କରି ଏକ ଉଲଗ୍ନ ଫୋଟ ସହ ଯୋଡ଼ି ପଠାଇବା ସହ ସବୁ ଲୋକଙ୍କୁ ହର୍କେସ ତାଠୁ ଟଙ୍କା ଧାର ନେଇଥିବା କହିଥିଲା। ଏହାସହ ବର୍ତ୍ତମାନ୍ ହର୍କେସ ତାକୁ ଟଙ୍କା ଦେଉନଥିବା ଓ ଟଙ୍କା ଧାର ନେବା ବେଳେ ଉକ୍ତ ନମ୍ବରଟି ରେଫରେନ୍ସ ମୋବାଇଲ ନମ୍ବର ଦେଇଥିବାରୁ ସେହି ଟଙ୍କା ତାକୁ ଦେବାକୁ କହୁଥିଲା। କାହାକୁ ୧୦୦୦ ଟଙ୍କା ତ କାହାକୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ମାଗିବା ଆରମ୍ଭ କରିଥିଲା।

ଏପରି ଯେଉଁ ବ୍ୟକ୍ତିର ହ୍ବାଟ୍ସଆପ ନମ୍ବର୍ ନାହିଁ ସେମାନଙ୍କୁ ଫୋନ କରି ଧମକ ଚମକ ଦେବା ସହ ଟଙ୍କା ମାଗିଥିଲା। ଏପରି କି ଉକ୍ତ ସାଇବର ଠକ, ହର୍କେସଙ୍କ ସମସ୍ତ ପରିବାର ଲୋକଙ୍କୁ ଏଡିଟିଙ୍ଗ ନଗ୍ନ ଫୋଟ ପଠାଇଥିବା ହର୍କେଶ କହିଛନ୍ତି। ଶେଷରେ ହର୍କେଶ୍ ନିରୁପାୟ ହୋଇ ଉମରକୋଟ ଥାନାରେ ଏତଲା ଦେଇଛନ୍ତି । ଉମରକୋଟ ଥାନା ଆଇଆଇସି ଦୀପକ କୁମାର ଜେନା ଘଟଣାର ତଦନ୍ତ କରୁଛନ୍ତି। ତାଙ୍କୁ ଫୋନ ଆସୁଥିବା ସମସ୍ତ ନମ୍ବର ସାଇବର ସେଲକୁ ପଠାଯାଇଥିବା ନେଇ ଉମରକୋଟ ଏସ. ଡି.ପି.ଓ ଶୁଭେନ୍ଦୁ ଶବର ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.