ପାରିବାରିକ କଳହ ଭାଙ୍ଗିଦେଲା ସଂସାର: ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

ରାୟଗଡ଼ା(କେନ୍ୟୁଜ୍): ପାରିବାରିକ କଳହର କୁପରିଣାମ। ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଧମୁନିପଙ୍ଗା ପଞ୍ଚାୟତ କତାଗୁଡା ଗ୍ରାମର ହରିଜନ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଘଟଣାପରେ ଅଭିଯୁକ୍ତ ସ୍ବାମୀକୁ ଥାନାରେ ଅଟକ ରଖିଛି ପୋଲିସ୍।

ଯାହା ସୂଚନା ମିଳିଛି, ପୂର୍ବରୁ ପ୍ରାୟତଃ ସମୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ କଳହ ଲାଗି ରହୁଥିଲା। ଯେଉଁଥିପାଇଁ ସ୍ବାମୀ ନୀଳକଣ୍ଠ କୌଶଲ୍ୟା (୪୨) ସ୍ତ୍ରୀ ରାଧା କୌଶଲ୍ୟା(୩୬)ଙ୍କୁ ବାପ ଘରେ ଛାଡ଼ିଆସିଥିଲା। ତେବେ ଗତକାଲି ସନ୍ଧ୍ୟାରେ କାର୍ତ୍ତିକ ପୂର୍ଣ୍ଣିମା ଯୋଗୁଁ ନୀଳକଣ୍ଠ ନିଜ ଘରକୁ ସ୍ତ୍ରୀକୁ ଆଣିବ ପାଇଁ ଶ୍ବଶୁର ଘରକୁ ଯାଇଥିଲା।

ଶ୍ବଶୁର ଘରଲୋକେ ମନା କରିଥିଲେ ବି ନୀଳକଣ୍ଠ ଜିଦ୍ କରି ସ୍ତ୍ରୀକୁ ନେଇ ଆସିଥିଲା । ତେବେ ଆଜି ସକାଳୁ କୌଣସି କାରଣରୁ ନୀଳକଣ୍ଠ ଏକ ଟାଙ୍ଗିଆରେ ସ୍ତ୍ରୀଙ୍କୁ ହାଣି ଦେଇଥିବା ଶ୍ବଶୁର ଘର ପରିବାର ଲୋକ ଅଭିଯୋଗ କରିଛନ୍ତି। ଖବର ପାଇ କଲ୍ୟାଣସିଂହପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ବାମୀ ନୀଳକଣ୍ଠକୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.