Below header

ଜାତୀୟ ରାଜପଥ କଡରୁ ପୁରୁଷ ଓ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜୟପୁର(କେନ୍ୟୁଜ୍): ଗଛରୁ ଝୁଲନ୍ତା ଅବସ୍ଥାରେ ପୁରୁଷ ଓ ମହିଳାଙ୍କ ମୃତଦେହ ଉଦ୍ଧାର। ବୋରିିଗୁମ୍ମା ମଝିଆଗୁଡା ୨୬ନମ୍ବର ଜାତୀୟ ରାଜପଥ କଡରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ମହିଳା ବଡ ମଝିଆ ଗ୍ରାମର ଦୈମୋତି ଭତ୍ରା ଏବଂ ମୃତ ପୁରୁଷ ଜଣଙ୍କ ଲିଟି ମଝିଆ ଗ୍ରାମର ରାମଧର ଭତ୍ରା।

ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ଓ ଫୋରେନସିକ ଟିମ୍ ପହଁଚି ତଦନ୍ତ କରିବା ପରେ  ଉଭୟ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛନ୍ତି। ଉଭୟ ମୃତକଙ୍କର ଦୁଇଟି ଲେଖାଏଁ ସନ୍ତାନ ଅଛନ୍ତି । ତେବେ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସଡିପିଓ ମଧୁସିକ୍ତା ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.