ମୀନା ବଜାର ଦୋଳିରୁ ପଡି ଚାଲିଗଲା ପୂଜା କମିଟି ସଦସ୍ୟଙ୍କ ଜୀବନ

କଣ୍ଟାବାଞ୍ଜି(କେନ୍ୟୁଜ୍): ମୀନା ବଜାର ଦୋଳିରେ ବସିବା ହେଲା କାଳ। ଦୋଳିରୁ ପଡି ଯୁବକଙ୍କ ପ୍ରାଣ ଗଲା। ମୃତ ଯୁବକ ଜଣକ ହେଲେ ତୁରକେଲା ଗାଁର ଦେବରାଜ ସାହୁ। ସୋମବାର ରାତି ଘଟିଛି ଏଭଳି ଘଟଣା। ତୁରେକେଲାରେ ପ୍ରଥମ ଥର ପାଇଁ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବରେ ପୂଜା କମିଟି ଧୂମଧାମରେ ପାଳନ କରିବା ସହ ମିନା ବଜାର ଆୟୋଜନ କରିଥିଲେ।

ତେବେ ପୂଜା କମିଟିର ସଦସ୍ୟ ଥିବା ଦେବରାଜ ସାହୁ ଦୋଳିରେ ଝୁଲୁଥିବାବେଳେ, ଅଚାନକ ଦୋଳିରୁ ପଡି ଗୁରୁତର ହୋଇଥିଲେ। ତୁରନ୍ତ ପୂଜା କମିଟି ସଦସ୍ୟ ତୁରକେଲା ଡାକ୍ତରଖାନାକୁ ଆଣିଥିବାବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.