Below header

ଚଳନ୍ତା ସ୍କୁଲ ବସରେ ଡ଼୍ରାଇଭରର ହେଲା ମୃତ୍ୟୁ, ତିନି ଜଣ ଛାତ୍ର ବଞ୍ଚାଇଲେ ସମସ୍ତଙ୍କ ଜୀବନ

ନ୍ଯୁୟର୍କ : ଆମରିକାର ସ୍କୁଲ ବସରେ ଏମିତି ଏକ ଘଟଣା ହୋଇଛି ଯାହା ଶୁଣି ଆପଣ ହଠାତ୍ ବିଶ୍ବାସ କରିପାରିବେ ନାହିଁ। ଟାକ୍ସସ ଅଞ୍ଚଳରେ ହଠାତ ଚାଲୁଥିବା ବସ ମଧ୍ୟରେ ଡ଼୍ରାଇଭରଙ୍କ ବେହୋସ ହୋଇଯାଇଥିଲେ। ଯାହାପରେ ବସ ମଧ୍ୟରେ ହଇଚଇ ମଚିଯାଇଥିଲା। ଏହି ସମୟରେ ୩ଜଣ ଛାତ୍ର ତାଙ୍କର ଉପସ୍ଥିତ ବୁଦ୍ଧି ଖଟାଇ ସମସ୍ତ ଛାତ୍ରଙ୍କ ଜୀବନ ବଞ୍ଚାଇଥିଲା। ଏହି ଘଟଣାଟି ସୋସିଆଲ ମିଡ଼ିଆରେ ଆସିବା ଲୋକ ତାଙ୍କର ଉପସ୍ଥିତ ବୁଦ୍ଧିକୁ ପ୍ରଶଂସା କରିଥିଲେ।

ସୂଚନା ଅନୁଯାୟୀ, ବସରେ ଯାତ୍ରା କରୁଥିବା ୩ ଜଣ ଛାତ୍ର ଗାଡ଼ିକୁ ନିୟନ୍ତ୍ରିତ କରି ତାହାକୁ ଅଟକାଇଥିଲେ। ବସକୁ ଅଟକାଇବା ପରେ ଡ଼୍ରାଇଭରକୁ ଉଠାଇବା ବେଳେ ଡ଼୍ରାଇଭରଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍କୁଲ ପ୍ରଶାସନଙ୍କ କହିବା ଅନୁଯାୟୀ, ଗ୍ରେରାଲ୍ଡ ଗାର୍ଡ଼ନର ଜୁନିୟର ହାଇ ସ୍କୁଲର ଛାତ୍ରଙ୍କୁ ବସରେ ନେଇ ଯାଉଥିଲେ। ସେହି ସମୟରେ ଏହି ଘଟଣାଟି ଘଟିଥିଲା। ତେବେ ଏହି ଘଟଣାଟି ସୋସିଆଲ ମିଡ଼ିଆରେ ବହୁ ସଂଖ୍ଯାକ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.