Below header

ଖୋଖୋରେ ସ୍ୱର୍ଣ୍ଣ ପଦକ ଜିତି ଇଂଲଣ୍ଡରୁ ଫେରିଲେ ତିର୍ତୋଲର ସସ୍ମିତା

ଜଗତସିଂହପୁର (କେନ୍ଯୁଜ୍) :ଇଂଲଣ୍ଡରେ ଓଡ଼ିଆ ଝିଅଙ୍କ କମାଲ । ଖୋଖୋ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଜଗତସିଂହପୁର ତିର୍ତ୍ତୋଲ ତାରତୋଲ ଗାଁର ସସ୍ମିତା ନାଥଶର୍ମା । ଓଡ଼ିଶାର ଏକମାତ୍ର ଝିଅ ଭାବେ ଖୋଖୋ ଚାମ୍ପିଅନ୍‌ସିପ୍‌ରେ ଭାରତର ୧୨ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ଲଣ୍ଡନରୁ ଆସି ଜଗତସିଂହପୁରରେ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସେ ଖୁସି ଥିବା କହିଛନ୍ତି । ସେ ଏବେ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ । ୨୦୧୧ ମସିହାରେ ସସ୍ମିତା ଖେଳ ଆରମ୍ଭ କରିଥିଲେ । ତେବେ ଗରିବ ପରିବାରର ଝିଅ ସସ୍ମିତା ଦେଶ ପାଇଁ ସୁନା ଆଣିଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି । ଉପଯୁକ୍ତ ପ୍ରୋତ୍ସାହନ ମିଳିଲେ ସେ ଆହୁରି ସଫଳ ହେବେ ବୋଲି ଆଶା ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.