ଏମିତି ଏକ କାଫେ ଯେଉଁଠାରେ ଚା- କଫି ସହ ଦିଆଯାଇଥାଏ ବିଷଧର ସାପ

ଲୋକଙ୍କ ଦୃଷ୍ଟି ଆର୍କଷଣ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତ କରାଯାଇଛି ଭିନ୍ନ ଭିନ୍ନ ପ୍ରକାରର କାଫେ। ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ କାଫେ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ କଫି ଏବଂ ଚା ସହ ମିଳିଥାଏ ସାପ। ଏହି ସାପ ନକଲି ନୁହଁ ବରଂ ଅସଲି କୁହାଯାଇଥାଏ। ଏଠରେ ଆପଣଙ୍କ ମନ ପସନ୍ଦ କଫି ସହ ମିଳିଥାଏ ଅଜଗର ଏବଂ ବିଷଧର ସାପ ଟେବଲ ଉପରେ ମିଳିଥାଏ।

snake 2

 

ଏହି କାଫେଟି କମ୍ବୋଡ଼ିଆର ରାଜଧାନୀ ନେମପେହ୍ନେରେ ରହିଛି। ଏଠାରେ ବସି ଆପଣଙ୍କୁ ଚିଡ଼ିଆଘର ଭଳି ଅନୁଭୁତ ହୋଇଥାଏ। ଏଠାରେ ସାପ ସହିତ ଆପଣଙ୍କୁ କିଟ-ପତଙ୍ଗ, ମାଛ, ପକ୍ଷୀ ଆଦି ଦେଖିବାକୁ ମିଳିବ।  ଏଠାରେ ସବୁ ସ୍ଥାନରେ ଅସଲି ସାପ ଦେଖିବାକୁ ମିଳିଥାଏ। ଅନେକ ସମୟରେ ଏହି ସାପ ଗୁଡ଼ିକ କାଫେରେ ବସିଥିବା ଗ୍ରାହକଙ୍କ କାନ୍ଧରେ ବୁଲୁଥାନ୍ତି। ଏପରିକି ଯଦି ଆପଣ ବସି ଖାଉଛନ୍ତି ତେବେ ଆପଣଙ୍କ ଉପରେ ହଠାତ୍ କେଉଁଆଡ଼ୁ ମଧ୍ୟ ସାପ ଆସି ପଡ଼ିପାରେ।

snake

ଏହି କାପେର ମାଲିକଙ୍କ ନାମ ଚି ରେଟି। ସେ ତାଙ୍କର ଏହି ଅଦ୍ଭୁତ କାଫେ ବିଷୟରେ କହିଛନ୍ତି ଆଗରୁ ଅନେକ ସମୟରେ ଗ୍ରାହକ ଟେବଲ ଉପରେ ଅଜଗର ଦେଖି ଯାଉଥିଲେ। କିନ୍ତୁ ଧିରେଧିରେ ତାହା ଗ୍ରାହକଙ୍କ ଅଭ୍ଯାସରେ ପରିଣତ ହୋଇଥିଲା। ଏବେ ଏଠାକୁ ଯେଉଁ ବ୍ଯକ୍ତି ଆସିଥାନ୍ତି ସେମାନେ ଚା ପିଇବା ସହ ଅଜଗର ସହ ସେଲଫି ମଧ୍ୟ ନେଇଥାନ୍ତି। ଏହା ଦ୍ବାରା ଲୋକଙ୍କ ମନରେ ଜନ୍ତୁକୁ ନେଇ ଭୟ ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.