ସୁସ୍ମିତା ସେନ କଲେ ଦିଲବର ଦିଲବର ଗୀତରେ ଏମିତି ଡ୍ୟାନ୍ସ କି, ଭିଡିଓ ହୋଇଗଲା ଭାଇରାଲ  

ମୁମ୍ବାଇ : ୧୯୯୯ ମସିହାରେ ଆସିଥିବା ଫିଲ୍ମ ସିର୍ଫ ତୁମରେ ରହିଥିଲା ଲୋକପ୍ରିୟ ଗୀତ ଦିଲବର ଦିଲବର ଗୀତ। ଏହି ସୁପର ହିଟ ଗୀତର ନିକଟରେ ରିମେକ ଦେଖିବାକୁ ମିଳିଥିଲା କିଛି ଦିନ ପୂର୍ବେ ରିଲିଜ ହୋଇଥିବା ସତ୍ଯମେବ ଜୟତେ ଫିଲ୍ମରେ। ପୁରୁଣା ଗୀତରେ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଧମାକେଦାର ମୁଭ୍ସ ଦେଖିବାକୁ ମିଳିଥିବା ବେଳେ ରିକେମରେ ବେଲି ଡ୍ୟାନ୍ସ.ରେ ନୋରା ବି ଜମେଇ ଦେଇଥିଲେ । କହିବାକୁ ଗଲେ ଗୀତଟି ନୋରାଙ୍କୁ ଆଣିଦେଇଥିଲା ଖୁବ୍ ଲୋକପ୍ରିୟତା। ତେବେ ଏବେ ରିମେକ୍ ଦିଲବର ଦିଲବର ଗୀତରେ ତାଙ୍କର ଅନୋଖା ମୁଭ୍ସ ଦେଖାଇଛନ୍ତି ସୁସ୍ମିତା। ଏହାର ଏକ ଭିଡିଓ ସୁସ୍ମିତା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବା ପରେ ଏବେ ଏହା ଖୁବ୍ ଜୋରରେ ଭାଇରାଲ ହେଉଛି।

ଭିଡ଼ିଓରେ ସୁସ୍ମିତା ମୁହଁରେ ତାଙ୍କ ଟପ୍ସକୁ ଚାପିରଖି ନିଜର ପେଟ ଦେଖାଇ ନାଚୁଥିବାର ନଜର ଆସିଛନ୍ତି। ଏହି ଭିଡ଼ିଓ ସୁସ୍ମିତା ୧୩ଘଣ୍ଟା ଆଗରୁ ପୋଷ୍ଟ କରିଥିବା ବେଳେ ଏହାକୁ ବର୍ତ୍ତମାନ ୧୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏହି ଭିଡ଼ିଓଟି ସୁସ୍ମିତାଙ୍କ ୱାର୍କଆଉଟ ବେଳର ଭଳି ଜଣାପଡ଼ୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.