Below header

ବିଜେପି ଜାତୀୟ କାର୍ଯ୍ୟକାରିଣୀ , ଆଜି ମନ୍ତ୍ରଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଆଜି ମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ ଦିଲ୍ଲୀରେ ଚାଲିଥିବା କାର୍ଯ୍ୟକାରିଣୀର ଆଜି ଦ୍ୱିତୀୟ ତଥା ଶେଷ ଦିନ । ଆଜି କାର୍ଯ୍ୟକାରିଣୀରେ କେନ୍ଦ୍ରୀୟ ନେତାମାନେ ଯୋଗଦେବେ । ଦଳୀୟ ନେତାଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅମିତ ଶାହାଙ୍କ ନେତୃତ୍ୱରେ ଦଳ ୨୦୧୯ ସାଧାରଣ ନିର୍ବାଚନ ଲଢ଼ିବ । ଗତକାଲି କାର୍ଯ୍ୟକାରିଣୀରେ ଏହି ନିଷ୍ପତ୍ତି ନିଆଯାଇଛି ।

ନିଶ୍ଚିତ ପଢ଼ନ୍ତୁ: ଭାରତ-ଆମେରିକା ମଧ୍ୟରେ ଆଜି ୨+୨ ଆଲୋଚନା ହେବ

ଆସନ୍ତା ଜାନୁଆରୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଅମିତ ଶାହାଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେବେ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ ବୋଲି ନିଷ୍ପତ୍ତି ହୋଇଛି । ବୈଠକରେ ‘ଅଜୟ ବିଜେପି’ର ନାରା ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ୨୦୧୪ ନିର୍ବାଚନଠାରୁ ୨୦୧୯ରେ ଦଳ ଅଧିକ ଆସନ ଜିତିବ ବୋଲି ଅମିତ ଶାହା ଦମ୍ଭୋକ୍ତି ଦେଖାଇଛନ୍ତି । ମହାମେଣ୍ଟକୁ ଧୂଆଁ ବାଣ କହିଛି ବିଜେପି । ସେହିପରି ଜାତୀୟ କାର୍ଯ୍ୟକାରିଣୀରେ ୫ ରାଜ୍ୟ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରିଛି ବିଜେପି । ୨୦୧୪ରେ ବିଜେପିର ଦମଦାର ବିଜୟ ପରେ ଅମିତ ଶାହା ଜୁଲାଇ ୯ ତାରିଖରୁ ଦୁଇଥର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ତାଙ୍କ ଅଧ୍ୟକ୍ଷତାରେ ଦଳ ଉତ୍ତରପ୍ରଦେଶ, ଗୁଜୁରାଟ, ଉତ୍ତରାଖଣ୍ଡ, ତ୍ରିପୁରା ସମେତ ବିଭିନ୍ନ ବିଧାନସଭା ଆସନ ଜିତିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.