Below header

ବଢ଼ିବା ସହ କଣ ରହିଛି ଆଜିର ତୈଳ ଦର ଜାଣନ୍ତୁ

ଭୁବନେଶ୍ବର(କେନ୍ଯୁଜ୍) : କ୍ରମାଗତ ଭାବେ ୧୫ ଦିନ ଧରି ଲଗାତାର ବଢିବାରେ ଲାଗିଛି। ଆଜି ପେଟ୍ରୋଲ ଲିଟର ପିଛା ୧୨ ପଇସା ଓ ଡିଜେଲ ୧୦ ପଇସା ବଢିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ୮୭ଟଙ୍କା ୮୯ପଇସା ହୋଇଛି। ସେହିପରି ଡିଜେଲ ଦାମ୍‌ ରହିଛି ୭୭ଟଙ୍କା ୦୯ ପଇସା। ଦିଲ୍ଲୀରେ ପେଟ୍ରୋଲ ଦାମ ୮୦ଟଙ୍କା ୫୦ପଇସା ଓ ଡିଜେଲ ୭୨ଟଙ୍କା ୬୧ପଇସା ରହିଛି। ଭୁବନେଶ୍ୱରରେ ମଧ୍ୟ ୮୦ ପାଖାପାଖି ପହଞ୍ଚିଲାଣି ତୈଳ ଦର। ଆଜି ପେଟ୍ରୋଲ ୭୯ଟଙ୍କା ୪୧ପଇସା ଓ ଡିଜେଲ୍‌  ୭୭ଟଙ୍କା ୯୬ପଇସା ରହିଛି। ହୁ ହୁ ହୋଇ ଦର ବଢିଚାଲିଥିବାରୁ ଏହା ସାଧାରଣ ଲୋକଙ୍କ ପକେଟକୁ ବେଶ୍‌ ବାଧୁଛି।

ସେପଟେ କଟକରେ ଆଜି ପେଟ୍ରୋଲ ଦର ରହିଛି ୭୯ ଟଙ୍କା ୫୭ ପଇସା । ଡିଜେଲ୍‌ ୭୮ ଟଙ୍କା ୧୨ ପଇସା ରହିଛି । ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.