Below header

ବଧୂ ବେଶ ସାଜି ରାସ୍ତାରେ ଦୌଡିଲେ ମହିଳା, ଜାଣନ୍ତୁ ପୂରା ଘଟଣା

ପୃଥିବୀର କୋଣ ଅନୁକୋଣରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥାଏ । ସେ ମଧ୍ୟରୁ କିଛି ପ୍ରତିଯୋଗିତା ଭିନ୍ନ ଶୈଳୀରେ ଏକ ସ୍ୱତନ୍ତ୍ର ଲକ୍ଷ ନେଇ ଆୟୋଜନ କରାଯାଇଥାଏ । ଏମିତି ହିଁ ଏକ ପ୍ରତିଯୋଗିତା ରବିବାର ଥାଇଲ୍ୟାଣ୍ଡର ବ୍ୟଙ୍ଗକକ ଠାରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ୩୦୦ ମହିଳା ନିଜ ନିଜର ବିବାହ ପୋଷାକ ପିନ୍ଧି ରାସ୍ତାରେ ଦୌଡ଼ି ବାକୁ ଲାଗିଥିଲେ । ପ୍ରତିଯୋଗିତାରେ ବିଜୟ ହାସଲ କରିଥିବା ମହିଳାଙ୍କୁ ୭୧ ଲକ୍ଷ ଟଙ୍କାର ବେଡ଼ିଙ୍ଗ ପ୍ୟାକେଜ ଯୋଗାଇ ଦିଆଯାଇଥିଲା । ଥାଇଲ୍ୟାଣ୍ଡ ଏହିପରି ସ୍ୱତନ୍ତ୍ର ପ୍ରତିଯୋଗିତା ଗୁଡିକର ଆୟୋଜନ ପ୍ରତିବର୍ଷ କରିଥାନ୍ତି । ମହିଳା ମାନେ କିପରି ନିଜ ନିଜ ବିବାହର ସ୍ମୁତିକୁ ତାଜା କରିବେ ତାହାକୁ ଦୃଷ୍ଟିରେ ରଖି ହିଁ ଏପରି ଏକ ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ ।

bride

ଏହା ସହ ପଢନ୍ତୁ: କୁକୁରଙ୍କ ସୁରକ୍ଷା ପାଇଁ ଆମେରିକା ସରକାର ତିଆରି କଲେ ସ୍ୱତନ୍ତ୍ର କଭର

ଏଥିପାଇଁ ସେମାନଙ୍କୁ ବେଡ଼ିଙ୍ଗ ପ୍ୟାକେଜ ମଧ୍ୟ ଯୋଗାଯାଇଥାଏ । ଏହି ପ୍ରତିଯୋଗିତାର ଆଉ ଏକ ବିଶେଷ କଥା ହେଉଛି ଏଥିରେ ବଧୂ ମାନଙ୍କ ସହ ବର ମାନେ ମଧ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥାନ୍ତି । ପୂର୍ବ ବର୍ଷ ନଭେମ୍ବର ମାସରେ ମଧ୍ୟ ଏହି ପରି ସମାନ ଧରଣର ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ସେଥିରେ ୧୦୦ ଜଣ ବଧୂ ଅଂଶ ଗ୍ରହଣ କରିଥିବା ବେଳେ ପ୍ରତିଯୋଗିତାରେ ବିଜୟ ହାସଲ କରିଥିବା ମହିଳାଙ୍କୁ ୪୩ ଲକ୍ଷ ଟଙ୍କାର ବେଡ଼ିଙ୍ଗ ପ୍ୟାକେଜ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.