ଥାଇଲାଣ୍ଡର ଶିଶୁ ଯତ୍ନ କେନ୍ଦ୍ରରେ ଆଖିବୁଜା ଗୁଳିମାଡ, ୩୫ ମୃତ

ଥାଇଲାଣ୍ଡରେ ଆଖିବୁଜା ଗୁଳିମାଡରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଗୁଳିମାଡ ଶିଶୁଙ୍କ ସ୍କୁଲରେ ହୋଇଛି । ଉତ୍ତରପୂର୍ବ ଅଞ୍ଚଳ ସ୍ଥିତ ନାକ୍ଲାଙ୍ଗ ଜିଲ୍ଲାରେ ପାଖାପାଖି ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତକଙ୍କ ମଧ୍ୟରେ ୨୨ ଜଣ ଶିଶୁ ଅଛନ୍ତି।ଚାଇଲ୍ଡ କେୟାର ସେଣ୍ଟରରେ ଜଣେ ବ୍ୟକ୍ତି ଆଖିବୁଜା ଗୁଳିଚାଳନା କରିଥିଲା। ମୃତକଙ୍କ ମଧ୍ୟରେ ଶିଶୁ, ବୃଦ୍ଧ ଓ ମହିଳା ଅଛନ୍ତି । ଗୁଳିମାଡ଼ କରିଥିବା ବ୍ୟକ୍ତି ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ଜଣାପଡିଛି ।

ଆକ୍ରମଣକାରୀକୁ ଖୋଜୁଛି ପୋଲିସ, ତଦନ୍ତ ଜାରି ରହିଛି । ଥାଇଲାଣ୍ଡରେ ଶୋକର ଛାୟା ଖେଳିଯାଇଛି। ତେବେ କେଉଁ କାରଣରୁ ଏପରି ଆକ୍ରମଣ ହୋଇଛି ସେ ନେଇ କୌଣସି ସଠିକ ସୂଚନା ମିଳିନାହିଁ । ଏହି ଘଟଣା ପରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ତଦନ୍ତ କରି ଅପରାଧୀଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ସୂଚନା ମୁତାବକ, ଆକ୍ରମଣକାରୀ ମଧ୍ୟ ନିଜକୁ ଗୁଳିମାରିଛି।  ମରିଥିବା ୨୨ ପିଲାଙ୍କ ମଧ୍ୟରେ ଦୁଇ ଜଣ ସ୍କୁଲର ଶିକ୍ଷକ ରହିଛନ୍ତି।

ତେବେ ଯେଉଁ ବ୍ୟକ୍ତି ଏହି ଜଘନ୍ୟ କାଣ୍ଡ ଘଟାଇଛନ୍ତି ତାଙ୍କର ପରିଚୟ ମିଳିଛି। ସେ ପୂର୍ବତନ ପୋଲିସ କର୍ମଚାରୀ ଥିଲେ। ତାଙ୍କର ନାମ ପାନ୍ୟା ଖମ୍ବ୍ର। ତେବେ ଏହି ଘଟଣାକୁ ନେଇ ସମସ୍ତେ ଶୋକ ପ୍ରକାଶ କରିବା ସହିତଆଶ୍ଚର୍ଯ୍ୟ ମଧ୍ୟ ରହିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, ଏହି କାଣ୍ଡ ଘଟାଇବା ପୂର୍ବରୁ ଆକ୍ରମଣକାରୀ ନିଜ ପତ୍ନୀ ଏବଂ ପୁଅକୁ ଗୁଳି ମାରିଥିଲେ। କାଣ୍ଡ ଘଟଣା ପରେ ନିଜକୁ ମଧ୍ୟ ଗୁଳି ମାରିଥିଲା ଆକ୍ରମଣକାରୀ। ଏହି ମାମଲାକୁ ନେଇ ବିଭିନ୍ନ ପ୍ରକାର ଦୃଷ୍ଟିକୋଣରୁ ଯାଞ୍ଚ କରାଯାଉଛି।

Also Read : ଆମେରିକାରେ ଅପହୃତ ଶିଖ ପରିବାରର ୪ ଜଣଙ୍କୁ ହତ୍ୟା, ୮ ମାସର ଶିଶୁକୁ ବି ଛାଡ଼ିଲେ ନାହିଁ ଦୁର୍ବୃତ୍ତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.