Below header

ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ଜଣେ ମୃତ, ଚାରି ସଦସ୍ୟ ଗୁରୁତର

ରାଜସ୍ଥାନ ଯୋଧପୁର ଜିଲ୍ଲାରେ ରୋଷେଇ ଗ୍ୟାସ ଲିକ ହୋଇ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଲୁଣି ନଦୀ ତଟବର୍ତ୍ତୀ ଡୋଳି ଗାଁରେ ଗ୍ୟାସ ସିଲିଣ୍ଡର ଲିକେଜ ପାଇପରେ ନିଆଁ ଲାଗିବା ଦ୍ୱାରା ଏପରି ଏକ ଭୟଙ୍କର ଘଟଣା ଘଟିଛି । ଯେଉଁଥିରେ ଏକ ଦୁଇ ବର୍ଷର ଝିଅର ମୃତ୍ୟୁ ହୋଇଥିବାବେଳେ ପରିବାରର ଅନ୍ୟ ଚାରି ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କର ମହାତ୍ମାଗାନ୍ଧୀ ହସ୍ପିଟାଲର ବର୍ଣ୍ଣ ୟୁନିଟରେ ଚିକିତ୍ସା ଚାଲିଛି । ଚିନ୍ତାଜନକ ବିଷୟଯେ ଘଟଣା ଘଟିବାର ତୁରନ୍ତ ପରେ ଆହତ ମାନେ ଚିକିତ୍ସା ପାଇପାରି ନାହାନ୍ତି । ପ୍ରଥମେ ସେମାନଙ୍କୁ ଝାଡଫୁଙ୍କା କରାଯିବା ପରେ ଦୀର୍ଘ ୨୪ ଘଣ୍ଟା ପରେ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଆରମ୍ଭ ହୋଇପାରିଥିଲା । ସୂଚନା ଦେବା ଉଚିତ ହେବକି ସୋମବାର ସନ୍ଧ୍ୟାରେ ବାବୁଲାଲ ପଟେଲଙ୍କ ସ୍ତ୍ରୀ ଭାବରୀ ଦେବୀ ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ ଗ୍ୟାସ ଲିକେଜ ହେବା କାରଣରୁ ସିଲିଣ୍ଡର ପାଇପ ଲାଇନରେ ନିଆଁ ଧରିନେଇଥିଲା ।

ଯାହା ଫଳରେ ଭାବରୀ ଦେବୀଙ୍କ ଦେହରେ ନିଆଁ ଲାଗିଯାଇଥିଲା । ମା’ ଙ୍କ ଦେହରେ ନିଆଁ ଲାଗୁଥିବା ଦେଖି ତାଙ୍କ ଦୁଇ ଛୁଆ ଦୌଡ଼ି ଆସନ୍ତେ ସେମାନଙ୍କ ଶରୀରରେ ବି ନିଆଁ ଲାଗିଯାଇଥିଲା । ପତ୍ନୀ ଓ ଛୁଆଙ୍କୁ ବଂଚେଇବା ସମୟରେ ବି ବାବୁଲାଲ ବି ନିଆଁ ଘେରକୁ ଆସିଯାଇଥିଲେ । ମାଙ୍କୁ ଭୟଙ୍କର ଭାବରେ ଜଳୁଥିବାର ଦେଖି ଝିଅ ଭାବିକାଙ୍କର ମୃତ୍ୟୁ ହୋଇଥିଲା । ଆଖପାଖର ଲୋକେ ପାଣି ଢାଳି ନିଆଁ ଲିଭେଇଥିଲେ । ପ୍ରଥମେ ଝଡ଼ାଫୁଙ୍କା କରାଯାଇଥିବା ବେଳେ କିନ୍ତୁ ପରେ ଅବସ୍ଥା ବିଗିଡିବାରୁ ସମସ୍ତଙ୍କୁ ଏମଜିଏଚରେ ଭର୍ତ୍ତି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.