ରାଜଧାନୀ ଭୁବନେଶ୍ୱରରେ ପିଲା ଚୋରି ଅଭିଯୋଗ, ଧରା ହେଲେ ସ୍ୱାମୀ ସ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ୍‌) : ୨୦ ହଜାର ଟଙ୍କାରେ ୧୧ ବର୍ଷର ପିଲାକୁ ବିକ୍ରି ଉଦ୍ୟମ। ପିଲା ଚୋରି ଅଭିଯୋଗରେ ସ୍ୱାମୀ ସ୍ତ୍ରୀ ଥାନାରେ ଅଟକ। ନୟାଗଡ଼ର ଏକ ଦମ୍ପତିଙ୍କୁ ଖଣ୍ଡଗିରି ଥାନା ପୋଲିସ୍‌ ଅଟକ ରଖି ପଚରା ଉଚରା କରୁଛି ।

ଗତକାଲି ଜାଗମରା ଗାଁରୁ ଜଣେ ୧୧ ବର୍ଷର ପିଲାକୁ ସେମାନେ ନେଇ ଯାଇଥିଲେ। ଆଉ ୩ ଜଣ ପିଲାଙ୍କୁ ଟଙ୍କା ଲୋଭ ଦେଖାଇ ନେବାକୁ ଚେଷ୍ଟା କରିଥିଲେ। ଗାଁ ଲୋକଙ୍କ ଉଦ୍ୟମରେ ଖୋର୍ଦ୍ଧା ପୁବୁସାହି ନିକଟରୁ ଗୋଟିଏ ନିଖୋଜ ପିଲା ଉଦ୍ଧାର ହୋଇଛି । ଏକ ଘରୋଇ ବସ୍‌ ଯୋଗେ ତାକୁ ରାଜ୍ୟ ବାହାରକୁ ନେବାକୁ ସେମାନେ ଉଦ୍ୟମ କରିଥିଲେ। ତେବେ ସେମାନଙ୍କୁ ପୋଲିସ୍‌ ଠାବ କରି ଧରିଛି । ପିଲାଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀଙ୍କୁ ପୋଲିସ ପଚରା ଉଚରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.