ବଲିଉଡ୍‌ ଫିଲ୍ମକୁ ମୁଁହ ବୁଲାଉଛନ୍ତି ଫ୍ୟାନ୍ସ , ବକ୍ସ ଅଫିସ୍‌ରେ ଧୁମ୍‌ ମଚାଉଛି ସାଉଥ୍‌ର ବ୍ଳକ ବଷ୍ଟର ଫିଲ୍ମ

ବିପଦରେ ବଲିଉଡ୍‌ । ଦିନେ ସାରା ଦେଶରେ ରାଜ୍‌ କରୁଥିବା ବଲିଉଡ୍‌ ଫିଲ୍ମ ଏବେ ଧରାଶାୟୀ । ବଲିଉଡ୍‌ ମାର୍କେଟରେ ଧସେଇ ପସିଛି ସାଉଥ୍‌ ସିନେମା । ଏବେ ସାଉଥ୍‌ ସିନେମା ପାଲଟିଛି ‘ଭାରତୀୟ ସିନେମା’ । କୋଟି କୋଟି ଭାରତୀୟଙ୍କ ପସନ୍ଦ । ଅର୍ଥାତ୍‌ ଆଉ କେବଳ ଦକ୍ଷିଣ ଭାରତରେ ସୀମିତ ନାହିଁ ସାଉଥ୍‌ ସିନେମା । ସାରା ଦେଶର ଦର୍ଶକଙ୍କୁ ନିଜ ଆଡକୁ ଆକର୍ଷିତ କରୁଛି । ଆଉ ସବୁଠାରୁ ବଡ ଫିଲ୍ମ ଇଣ୍ଡଷ୍ଟ୍ରି କୁହାଯାଉଥିବା ବଲିଉଡ ନିଜର କ୍ରେଜ୍‌ ହରାଉଛି ।

ଯାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଏବେ । ପୁଷ୍ପା, RRR ଏବଂ କେଜିଏଫ୍‌ -୨ । ଏହି ତିନିଟି ବ୍ଳକ ବଷ୍ଟର ଫିଲ୍ମ ବକ୍ସ ଅଫିସ୍‌ରେ ଧୁମ୍‌ ମଚାଇଛି । ଆଉ ସାଉଥ୍‌ ସିନେମାର ରଙ୍ଗରେ ରଙ୍ଗେଇ ହୋଇଛି ସାରା ଦେଶ । ଏହି ତିନିଟି ଫିଲ୍ମ ଆଗରେ ଫିକା ପଡିଛି ବଲିଉଡ୍‌ ଫିଲ୍ମ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.