ବଲିଉଡରେ ପାଦ ଦେବେ କି ଅଜୟଙ୍କ ଝିଅ ନ୍ୟାସା ? ଜାଣନ୍ତୁ ଇଣ୍ଟରଭିୟୁରେ କଣ କହିଲେ ଅଜୟ

ବଲିଉଡ଼ର ଅନେକ ଷ୍ଟାର କିଡ଼ସ ଏବେ ବଲିଉଡରେ ଡେବ୍ୟୁ କରିବାରେ ଲାଗିଛନ୍ତି । ସାରା ଅଲ୍ଲୀ ଖାଁ ଓ ଜାହ୍ନବୀ କପୁରଙ୍କ ପରେ ଏବେ ସନୟା କପୁର କରଣ ଜୋହରଙ୍କ ଫିଲ୍ମରେ ଡେବ୍ୟୁ ଦେବାକୁ ଯାଉଛନ୍ତି । ସେପଟେ ଶାହରୁଖ ଖାଁଙ୍କ ଝିଅ ସୁହାନା ଖାଁ ଓ ବୋନି କପୁରଙ୍କ ଝିଅ ଖୁସି କପୁର ବି ଖୁବ ଶୀଘ୍ର ଫିଲ୍ମରେ ପାଦ ଦେବାକୁ ଯାଉଛନ୍ତି । ଆଉ ଏବେ ଫ୍ୟାନ୍ସ ମାନଙ୍କ ନଜର ଅଜୟ ଦେବଗନ ଓ କାଜଲଙ୍କ ଝିଅ ନ୍ୟାସାରେ ଉପରେ ଅଛି । ସମସ୍ତେ ଜାଣିବାକୁ ଯେମିତି ବ୍ୟଗ୍ର ଅଛନ୍ତିଯେ ଅନ୍ୟମାନଙ୍କ ପରି ଅଜୟ ଓ କାଜଲଙ୍କ ଝିଅ ନ୍ୟାସା ବି କଣ ଆକ୍ଟିଙ୍ଗ ଦୁନିଆରେ କ୍ୟାରିୟର ଗଢିବେ ।

ଫ୍ୟାନ୍ସ ମାନଙ୍କ ଏହି ପ୍ରଶ୍ନରେ ବୋଧ ହୁଏ ଆଉ ଚୁପ ରହିପାରିନାହାନ୍ତି ଅଜୟ ଦେବଗଣ । ନିଜର ଏକ ଲାଟେଷ୍ଟ ଇଣ୍ଟରଭିୟୁରେ ଅଜୟ କହିଛନ୍ତିଯେ ନ୍ୟାସା ଓ ୟୁଗ ବଲିଉଡରେ ପାଦ ଥାପନ୍ତୁ ଏହା ଏତେ ଜରୁରୀ ନୁହେଁ କି ସେ ମଧ୍ୟ ଚାହାନ୍ତି ନାହିଁ । ସେମାନେ ଯାହା ବି କରିବାକୁ ଚାହାନ୍ତି କରିପାରନ୍ତି । କିନ୍ତୁ ସେଥିରେ ଯେମିତି ଦୁହେଁ ନିଜର ବେଷ୍ଟ ଦିଅନ୍ତୁ । ଯେଉଁ କ୍ଷେତ୍ରକୁ ବି ନିଜ କ୍ୟାରିୟର ଭାବେ ବାଛିବେ ସେଠି ସେମାନଙ୍କୁ ଖୁବ ପରିଶ୍ରମ କରିବାକୁ ପଡିବ । ପ୍ୟାରେଣ୍ଟସ ହୋଇଥିବା କାରଣରୁ ସେମାନେ ଦୁହେଁ କେବଳ ପିଲା ମାନଙ୍କୁ ଯାହା ସାହାଯ୍ୟ କରିପାରିବେ ।

ଏହି ଇଣ୍ଟରଭିୟୁରେ ଅଜୟ ନିଜ କ୍ୟାରିୟର ବିଷୟରେ ବି କିଛି କଥା କହିଛନ୍ତି । ସେ କେମିତି ଆକ୍ଟର ହେଲେ ସେ ବାବଦରେ ବି ସେ ବଖାଣିଛନ୍ତି । ପ୍ରଥମେ ପ୍ରଥମେ ତ ତାଙ୍କ ଆଗ୍ରହ ନିର୍ଦ୍ଦେଶନା କ୍ଷେତ୍ରରେ ହିଁ ଥିଲା । କିନ୍ତୁ ତାଙ୍କ ପିତା ତାଙ୍କୁ ଜଣେ ଅଭିନେତା ଭାବରେ ଦେଖିବାକୁ ଚାହୁଁଥିଲେ | ଅନ୍ୟପକ୍ଷରେ ନ୍ୟାସା ବି ଜଣେ ଲୋକପ୍ରିୟ ଷ୍ଟାର କିଡ଼ । ତାଙ୍କ ଗ୍ଲାମର୍ସ ଫଟୋ ଗୁଡିକ ବିଭିନ୍ନ ସୋସିଆଲ ମିଡିଆରେ ଛାୟୀ ରହିଛି । ଫିଲ୍ମରେ ପାଦ ଦେବା ପୂର୍ବରୁ ବି ତାଙ୍କର ଏକ ବଡ଼ ଫ୍ୟାନ୍ସ ଫଲୋଇଙ୍ଗ ଅଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.