ମଇ ମାସ ଶେଷ ସୁଦ୍ଧା ଭାରତର ପ୍ରାୟ ୪ କୋଟି ଲୋକଙ୍କ ହାତରେ ନଥିବ ମୋବାଇଲ ଫୋନ୍‌

ନୂଆଦିଲ୍ଲୀ : ମଇ ମାସ ଶେଷ ସୁଦ୍ଧା ଦେଶର ପ୍ରାୟ ୪ କୋଟି ମୋବାଇଲ୍‌ ବ୍ୟବହାରୀଙ୍କ ପାଖରେ ମୋବାଇଲ ନଥିବ ବୋଲି ଜଣାପଡ଼ିଛି । ବର୍ତ୍ତମାନ ପ୍ରାୟ ଦେଶର ଅଢ଼େଇ କୋଟି ମୋବାଇଲ୍‌ ଗ୍ରାହକଙ୍କ ଫୋନ୍‌ କାମ କରୁନି । ସବୁ ହେଉଛି କରୋନା ଖେଳ ।

କରୋନା ପାଇଁ ଏବେ ସବୁ ଦେଶରେ ଲକ୍‌ଡାଉନ୍‌ ହେତୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ରହିଛି । ମୋବାଇଲ୍‌ ସ୍ପେୟାର ପାର୍ଟ୍ସ ନିର୍ମାଣ ଓ ଯୋଗାଣ ମଧ୍ୟ ବନ୍ଦ ରହିଛି । ଫଳରେ ଖରାପ ହୋଇଥିବା ଫୋନଗୁଡ଼ିକୁ ସଜଡ଼ା ହୋଇପାରୁନି ।

ଏହି ଅବସ୍ଥା ଲାଗି ରହିଲେ ମଇ ମାସ ଶେଷ ସୁଦ୍ଧା ଦେଶରେ ପ୍ରାୟ ୪ କୋଟି ଗ୍ରାହକଙ୍କ ହାତରେ ମୋବାଇଲ ନଥିବ ବୋଲି ଇଣ୍ଡିଆ ସେଲୁଲାର୍‌ ଆଣ୍ଡ୍‌ ଇଲେକ୍ଟ୍ରୋନିକ୍ସ ଏସୋସିଏସନ(ଆଇସିଇଏ) ଦାବି କରିଛି ।

mob 0

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଦେଶରେ ଲକ୍‌ଡାଉନ୍‌ ଜାରି ରଖିଥିବା ବେଳେ କେବଳ ଅତ୍ୟାବଶ୍ୟକ ଦ୍ରବ୍ୟର ବିକ୍ରୟ ପାଇଁ ଅନୁମତି ଦେଇଛନ୍ତି । ତେଣୁ ସମସ୍ତ ଇଲେକ୍ଟ୍ରୋନିକ୍ସ ଜିନିଷର ଆମଦାନୀ ଓ ମରାମତି ବନ୍ଦ ରହିଛି ।

ବିଶେଷକରି ମୋବାଇଲ୍‌ ଦ୍ୱାରା କରୋନା ଭାଇରସ୍‌ ସଂକ୍ରମଣର ଭୟ ରହୁଥିବାରୁ ସରକାର ମୋବାଇଲ ଉପରେ କଟକଣା ଲଗାଇଛନ୍ତି । ଭାରତରେ ମାସକୁ ପ୍ରାୟ ଅଢ଼େଇ କୋଟି ନୂଆ ମୋବାଇଲ କିଣା ହୋଇଥାଏ ।

ଭାରତରେ ଏବେ ସକ୍ରିୟ ମୋବାଇଲ୍‌ ଗ୍ରାହକ ଅଛନ୍ତି ୮୫ କୋଟି । ମାସକୁ ପ୍ରାୟ ୦.୨୫ ପ୍ରତିଶତ ମୋବାଇଲ ବିଭିନ୍ନ କାରଣରୁ ମରାମତି ହୋଇଥାଏ । ଏବେ ମୋବାଇଲ୍‌ର ଯନ୍ତ୍ରାଂଶର ଅଭାବରୁ ପ୍ରାୟ ଅଢ଼େଇ କୋଟି ମୋବାଇଲ ଗ୍ରାହକ ସେମାନଙ୍କର ମୋବାଇଲ ମରାମତି କରିପାରିବେ ନାହିଁ ।

mobile-7

ଫଳରେ ସେମାନେ ମୋବାଇଲ୍‌ ହରାଇବେ । ତେଣୁ ମଇ ମାସ ଶେଷ ସୁଦ୍ଧା ପ୍ରାୟ୪ କୋଟି ମୋବାଇଲ୍‌ ଗ୍ରାହାକ ମୋବାଇଲ୍‌ ହରାଇବେ ବୋଲି ଆଇସିଇଏ ପ୍ରକାଶ କରିଛି ।

ମୋବାଇଲ ଏବେ ଅତ୍ୟାବଶ୍ୟକ ସେବା ଯୋଗାଉଥିବାରୁ ଏହାକୁ ଅତ୍ୟାବଶ୍ୟକ ସେବାରେ ଅନ୍ତର୍ଭୁକ୍ତ କରିବା ପାଇଁ ଆଇସିଇଏ ସରକାରଙ୍କୁ ଅନୁରୋଧ କରିଛି ବୋଲି କହିଛି । ଯାହାଦ୍ୱାରା ମୋବାଇଲ୍‌ର ବିକ୍ରି ଓ ମରାମତି ସହଜ ହୋଇପାରିବ ।

Leave A Reply

Your email address will not be published.