Below header

 ଚାଲି ଚାଲି ଘରକୁ ଯାଉଥିବା ୭ଜଣ ମଜୁରିଆଙ୍କ ଉପରେ ଚଢ଼ିଗଲା ଟେମ୍ପୋ, ୪ ମୃତ

ମୁମ୍ବାଇ : ମୁମ୍ବାଇର ଭିରାରରେ ମୁମ୍ବାଇ-ଅହମଦାବାଦ ନ୍ୟାସନାଲ ହାଇୱେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଜଣ ମଜୁରିଆଙ୍କ ମୃତ୍ୟୁ ଘଟିଛି ଏବଂ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ୭ ଜଣ ମଜୁରିଆ ଚାଲି ଚାଲି ନିଜ ଘରକୁ ଯାଉଥିଲେ ଠିକ ଏହି ସମୟରେ ଅପରପାର୍ଶ୍ୱରୁ ଆସୁଥିବା ଏକ ମାଲ ବୋହିଥିବା ଟେମ୍ପୋ ଆସି ତାଙ୍କ ଉପରେ ଚଢାଇ ଦେଇଥିଲା। କୁହାଯାଉଛି ଯେ ଏମାନଙ୍କୁ ପ୍ରଥମେ ଗୁଜରାଟ ବର୍ଡର ପାର କରିବା ପାଇଁ ବାରଣ କରାଯାଇ ଫେରାଇ ଦିଆଯାଇଥିଲା। କିନ୍ତୁ ପୁଣି ଥରେ ସେମାନେ ପାଦରେ ଚାଲି ଚାଲି ଘରକୁ ଯିବା ଆରମ୍ଭ କରିଥିଲେ। ପୋଲିସ କହିବା ମୁତାବକ ଟେମ୍ପୋ ଚଳକଙ୍କ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.