ଲୋକଙ୍କୁ ଆଉ ଏକ ଉପହାର ଦେବାକୁ ଯାଉଛନ୍ତି ମୋଦି ସରକାର, ଛାଡ଼ ହୋଇପାରେ ବିଜୁଳି ବିଲ୍

ଖରାପ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ଭାରତ ପାଇଁ କରୋନା ଭାଇରସ ଅଭିଶାପ ସାବ୍ୟସ୍ତ ହୋଇଛି। ୨୧ ଦିନର ଲକଡାଉନ ଯୋଗୁ ଦେଶରେ ସମସ୍ତ ବେପାର ବାଣିଜ୍ୟ ଠପ୍ ହୋଇଯାଇଛି। କମ୍ପାନୀଗୁଡ଼ିକରେ ମାନ୍ଦାବସ୍ଥା ଲାଗିରହିଥିବା ବେଳେ ସାଧାରଣ ଜନତା ଚିନ୍ତାରେ ଅଛନ୍ତି। ଏଭଳି ସ୍ଥିତିରେ ସାଧାରଣ ଲୋକଙ୍କୁ କରୋନା ମାଡ଼ରୁ ବଞ୍ଚାଇବା ପାଇଁ ମୋଦି ସରକାର ଯଥା ସମ୍ଭବ ଚେଷ୍ଟା ଚଳାଇଛନ୍ତି।

PM Modi to address the nation today on measures to combat ...

କିଛିଦିନ ତଳେ ମୋଦି ସରକାର ଲକଡାଉନ ବେଳେ ଲୋକଙ୍କୁ ମାଗଣା ରାସନ ଠାରୁ ଆରମ୍ଭ କରି ହୋମ ଲୋନ, କାର ଲୋନ ଓ କ୍ରେଡିଟ କାର୍ଡ EMI ପୈଠ ଭଳି କେତେକ ସେବାକୁ ଛାଡ଼ କରିଛନ୍ତି। ଏବେ ସରକାର ସାଧାରଣ ଲୋକଙ୍କୁ ଆଉ ଏକ ଉପହାର ଦେଇଛନ୍ତି। ରିପୋର୍ଟ ମୁତାବକ ସରକାର ବିଜୁଳି ବିଲ ଛାଡ଼ କରିବାକୁ ଯୋଜନା କରୁଛନ୍ତି।

କେନ୍ଦ୍ର ସରକାର ବିଜୁଳି ଛାଡ଼ କରିବାକୁ ପ୍ୟାକେଜ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ଏହି ପ୍ୟାକେଜ ଅନୁସାରେ ଲୋକମାନେ ବିଲ ପୈଠ କରିବା ପାଇଁ ଦିଆଯାଇଥିବା ଅବଧି ପରେ ଟଙ୍କା ଦେଲେ ଅତିରିକ୍ତ ଶୁଳ୍କ ଲାଗିବନାହିଁ। ଏଥିସହ ବିଜୁଳି ବିତରଣ କମ୍ପାନୀକୁ ଆଗୁଆ ସିକ୍ୟୁରିଟି ଜମା କରିବା ଉପରେ ମଧ୍ୟ ଛାଡ଼ ମିଳିବା ନେଇ ପ୍ରସ୍ତୁତି କରୁଛନ୍ତି।

ସୂଚନାଯୋଗ୍ୟ ଯେ ଗତକାଲି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ମଧ୍ୟ ୩ ମାସର EMI ବିଳମ୍ବରେ ଭରିବା ଉପରେ ସୁଧ ହାର ଛାଡ଼ କରିଛି। ଏନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.