Below header

କରୋନାରେ ପରେ ମରିବୁ, ଆଗ ଭୋକରେ ମରିଯିବୁ: ଏଥିପାଇଁ ଚାଲିଚାଲି ଘରକୁ ଫେରୁଛୁ

କରୋନା ଯୋଗୁଁ ସମଗ୍ର ଭାରତ ଲକ୍‌ଡାଉନ ହୋଇଛି। ଏହି ଲକ୍‌ଡାଉନ ଯୋଗୁଁ ଟ୍ରେନ, ବିମାନ, ବସ୍‌, ଟ୍ରକ ଇତ୍ୟାଦି ଯାନବାହନ ଚଳାଚଳ ଠପ୍‌ ହୋଇପଡିଛି। ଏଥିପାଇଁ ବାହାରକୁ କାମ କରିବା ପାଇଁ ଯାଇଥିବା ଶ୍ରମିକ ବହୁତ ହଇରାଣ ହେଉଛନ୍ତି। ଅନେକ ଶ୍ରମିକ ଚାଲିଚାଲି ଘରକୁ ଫେରୁଛନ୍ତି। ଲକ୍‌ ଡାଉନ ଯୋଗୁଁ କାମ ମିଳୁନି, କାମ ନାହିଁତ ପଇସା ନାହିଁ। କିଭଳି ନିଜ ପରିବାରର ଭରଣପୋଷଣ କରିବେ ସେଥିପାଇଁ ଚିନ୍ତିତ ହୋଇପଡୁଛନ୍ତି।

Coronavirus

ଏହି ଲକ୍‌ଡାଉନ ଯୋଗୁଁ ଭାରତର ହଜାର ହଜାର ଶ୍ରମିକ ଭୋକ ବିକଳରେ ଛଟପଟ ହେଉଛନ୍ତି। ରାଜ୍ୟ ବାହାରକୁ ଯାଇଥିବା ଶ୍ରମିକମାନେ କାମ ନ ପାଇବା ଯୋଗୁଁ ବାଧ୍ୟ ହୋଇ ଘରକୁ ଫେରୁଛନ୍ତି। କେବଳ ସେତିକି ନୁହେଁ, ଯାନବାହାନ ଚଳାଚଳ ବନ୍ଦ ଥିବା ଯୋଗୁଁ ସେମାନେ ୧୨୦୦, ୧୫୦୦ କିମି ବାଟ ଚାଲି ଚାଲି ଅତିକ୍ରମ କରୁଛନ୍ତି। ଏମିତି କେତେକ ଘଟଣା ଗତ କିଛିଦିନ ହେଲା ଦେଖିବାକୁ ମିଳୁଛି। ଏମିତି କିଛି ଘଟଣା ଦିଲ୍ଲୀରେ ଦେଖିବାକୁ ମିଳିଛି। ଦିଲ୍ଲୀରୁ ଶାହଜହାଁପୁରକୁୁ ଯିବା ପାଇଁ ୧୨ ଜଣ ଯୁବକ ଚାଲିଚାଲି ନିଜ ଘରକୁ ଫେରିଛନ୍ତି। ଏହି ଯିବା ସମୟରେ ନିଜର ପୀଡା ସେମାନେ ଜଣାଇଛନ୍ତି। ଦିଲ୍ଲୀ ବନ୍ଦ ହେବା କାରଣରୁ କିଛି କାମ ମିଳୁନି କି ଘରର ମାଲିକ ଆମକୁ ରହିବାକୁ ଦେଉନାହାନ୍ତି।

କେଉଁ ଶ୍ରମିକର ମା’ ଦେହ ଖରାପ ରହିଥିବା ଯୋଗୁଁ ବାଧ୍ୟ ହୋଇ ଚାଲିଚାଲି ଆସିବାକୁ ପଡୁଥିବା ବେଳେ କାହାର ପରିବାରକୁ ଭୋକ ଉପାସରେ ନ ରଖିବା ପାଇଁ ସେମାନେ ବାଧ୍ୟ ହୋଇ ଚାଲିଚାଲି ଘରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। କିନ୍ତୁ ବାଟରେ ଆସିଲା ସମୟରେ ପୋଲିସ କର୍ମଚାରୀ ତାଙ୍କୁ କିଭଳି ସାହାଯ୍ୟ କରୁଛନ୍ତି, ତାହା ମଧ୍ୟ ଜଣାଇଛନ୍ତି। ରାସ୍ତାରେ ସେମାନେ ଚାଲି ଆସୁଥିବା ବେଳେ କିଭଳି ଲୋକେ ତାଙ୍କୁ ମଧ୍ୟ ଖାଇବାକୁ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.